କନକ ବ୍ୟୁରୋ: ୨୦୨୪କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ରଙ୍ଗୀନ ଆଲୋକରେ ସଜେଇ ହୋଇଛି ରାଷ୍ଟ୍ରପତି ଭବନ, ସଂସଦର ସାଉଥ ବ୍ଲକ । ସେହିପରି ଦିଲ୍ଲୀର ବିଜୟ ଚୌକ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇ ହୋଇଛି । ଚିକମିକ ଲାଇଟର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ । ଗଛରେ ରଙ୍ଗବେରଙ୍ଗର ବେଲୁନ ସାଙ୍ଗକୁ ଚମକ୍ରାର ଢଙ୍ଗରେ ସାଜସଜ୍ଜା କରି ରାତି ୧୨କୁ ଅପେକ୍ଷା କରିଛନ୍ତି ଲୋକେ । ନୀଚଗୀତରେ ସମଗ୍ର ଦିଲ୍ଲୀ ସହର ଉତ୍ସବମୁଖର ହୋଇପଡିଛି । ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ଚାଲିଛି ନାଚଗୀତରେ ଆସର । ନୂଆ ବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରିବା ପାଇଁ ସହରର ଲୋକେ ବିଭିନ୍ନ ସ୍ଥାନରେ ଏକାଠି ହୋଇଛନ୍ତି । ଚେନ୍ନାଇର ଗ୍ରେଟର ଚେନ୍ନାଇ କର୍ପୋରେସନ ବିଲଡିଂକୁ ସୁନ୍ଦର ଆଲୋକରେ ସଜାଯାଇଛି । ସହର ବିଭିନ୍ନ ସ୍ଥାନରେ ଲୋକେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଏକାଠି ହୋଇ ଭୋଜିଭାତ କରିବା ସହ ନାଚଗୀତରେ ମସଗୁଲ ଅଛନ୍ତି ।
୨୦୨୫କୁ ବେଶ ଧୁମଧାମରେ ସ୍ୱାଗତ କରିଛନ୍ତି ଲୋକେ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ହୋଟେଲ, ବାର, ପବ ଓ ରେଷ୍ଟୁରାଂଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନୃତ୍ୟ ଗୀତରେ ଝୁମଛନ୍ତି ଲୋକେ । ସୁସ୍ୱାଦୁ ଖାଦ୍ୟ, ପାନୀୟ ସହ ଭରପୁର ମଜା ଉଠାଇଛନ୍ତି ଦର୍ଶକ । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିଲା । ରାଜଧାନୀରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ସହ ରୋଡ ରୋମିଓଙ୍କୁ ସାବାଡ ପାଇଁ ବିଭିନ୍ନ ଛକରେ ଚେକିଂ ଜୋରଦାର ହୋଇଥବଲା । ଭୁବନେଶ୍ୱର, କଟକ, ପୁରୀ ସମେତ ବଡ ବଡ଼ ସହରରେ ଧୁମଧାମରେ ଜିରୋ ନାଇଟ ସେଲିବ୍ରେସନ ହୋଇଛି ।