କନକ  ବ୍ୟୁରୋ : ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପରିଚାଳନା କରିବ:

Advertisment

୧. ଝାନ୍ସୀ-ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର (୦୧୯୨୯/୦୧୯୩୦)
ଟ୍ରେନ ନମ୍ବର ୦୧୯୨୯ ଝାନ୍ସୀ-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ୨୮.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଦିନ ୧୧:୫୫ ଘଣ୍ଟାରେ ଝାନ୍ସୀରୁ ଛାଡ଼ିବ ।

ଟ୍ରେନ ନମ୍ବର ୦୧୯୩୦ ପୁରୀ-ଝାନ୍ସୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ୨୩:୪୫ ଘଣ୍ଟାରେ ପୁରୀରୁ ଛାଡ଼ିବ ।

ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଏବଂ ପୁରୀ । କୋଚ୍ ସଁରଚନା: ୨ୟ ଏସି - ୦୧, ୩ୟ ଏସି - ୦୨, ଶୋଇବା - ୮, ସାଧାରଣ - ୮, ଦ୍ୱିତୀୟ ଶ୍ରେଣୀ ଲଗେଜ୍ କମ ଡିଭିଆଙ୍ଗଜାନ୍ - ୨ ।

୨. ନାରଙ୍ଗୀ-ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ (୦୬୫୬୦/୦୬୫୫୯) 
ଟ୍ରେନ ନମ୍ବର ୦୬୫୬୦ ନାରଙ୍ଗୀ - ଏସଏମଭି ବେଙ୍ଗାଲୁରୁ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୯.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ଶନିବାର ସକାଳ ୦୫:୩୦ ରେ ନାରଙ୍ଗୀରୁ ଛାଡ଼ିବ ।

ଟ୍ରେନ ନମ୍ବର ୦୬୫୫୯ ଏସଏମଭି ବେଙ୍ଗାଲୁରୁ-ନାରଙ୍ଗୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ୨୫.୧୧.୨୦୨୫ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଦିନ ରାତି ୨୩.୪୦ ରେ ଏସଏମଭି ବେଙ୍ଗାଲୁରୁରୁ ଛାଡ଼ିବ ।

ପୂର୍ବତଟ ରେଳପଥ ପରିସୀମାରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ରହଣି: ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, କୋଟ୍ଟାଭାଲାସା ଏବଂ ଦୁଭୱାଡା ।

କୋଚ୍ ସଁରଚନା: ଏହି ଯୋଡ଼ା ଟ୍ରେନ୍‌ରେ ଦ୍ୱିତୀୟ ଏସି-୦୧, ତୃତୀୟ ଏସି-୪, ସ୍ଲିପର୍-୮, ସାଧାରଣ ଦ୍ୱିତୀୟ ଶ୍ରେଣୀ-୬, ଦ୍ୱିତୀୟ ଶ୍ରେଣୀ ସହ ଲଗେଜ୍ (ଦିବ୍ୟାଙ୍ଗଜନ) କୋଚ୍-୦୨ ରହିବ ।

ପର୍ବପର୍ବାଣୀର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ବ୍ୟବସ୍ଥା କରାଯାଇଛି । ଯାହା ପୂର୍ବତଟ ରେଳବାଇ ଜୋନର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ରହଣି କରିବ ।