ଲିଙ୍କ୍ ଫେଲ୍‌ ଯୋଗୁ ସରୁନି କାମ, ସପ୍ତାହେ ହେଲାଣି ଡାକଘର ଅଚଳ

ଲିଙ୍କ୍‌ ଫେଲ୍ ଯୋଗୁଁ ସପ୍ତାହେ ହେଲାଣି ରାଜ୍ୟରେ ଡାକସେବା ଠପ୍ । ଧାଡିରେ ଠିଆ ହୋଇ ନୟାନ୍ତ ଗ୍ରାହକ । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ବି ହୋଇପାରୁନି କାମ । ଗାଁରୁ ସହର ସବୁଠି ସ୍ଥିତି ସାଂଘାତିକ ।  

Link Fail

କନକ ବ୍ୟୁରୋ: ସପ୍ତାହେରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଲାଗିଛି ଅଚଳାବସ୍ଥା । ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍‌ ଫେଲ୍‌ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍‌ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସପ୍ତାହେରୁ ଅଧିକ ସମୟ ବିତି ସାରିଥିଲେ ବି ସମସ୍ୟା ଯଥା ପୂର୍ବଂ ତଥା ପରଂ । ଷ୍ଟିଲ୍‌ ସିଟି ରାଉରକେଲା ମୁଖ୍ୟ ପୋଷ୍ଟ ଅଫିସରେ ଲାଗିଛି ଗ୍ରାହକଙ୍କ ଭିଡ଼ । ସ୍ପିଡ୍ ପୋଷ୍ଟ ହେଉ କି ଅନ୍ୟ କାମ । ପୋଷ୍ଟ ଅଫିସରେ ଦେଖିବାକୁ ମିଳୁଛି ଗ୍ରାହକଙ୍କ ଲମ୍ବା ଲାଇନ୍‌। ଗୋଟିଏ କାମ ସରିବାକୁ ଗ୍ରାହକଙ୍କୁ ଘଣ୍ଟାଏ ଅପେକ୍ଷା କରିବାକୁ ପଡୁଛି । 
 
ଭୁବନେଶ୍ବରରେ ବି ଡାକସେବା ଅଚଳ 
ଦିନକରେ ସରୁନି କାମ, ଗ୍ରାହକ ଅସନ୍ତୁଷ୍ଟ

ରାଜଧାନୀ ଭୁବନେଶ୍ୱରର ଭିନ୍ନଭିନ୍ନ ପୋଷ୍ଟ ଅଫିସକୁ ଦୌଡ଼ିବା ପରେ ଶେଷ ଭରସା ଭାବେ ପ୍ରଧାନ ଡାକଘର ତଥା ଜେନେରାଲ ପୋଷ୍ଟ ଅଫିସକୁ ଆସିବାକୁ ବାଧ୍ୟ ହେଉଛନ୍ତି । ଦୂର ଦୂରାନ୍ତରୁ ଆସି ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ରହୁଥିଲେ ବି ଦିନକରେ କାମ ଛିଡୁନି । ତେଣୁ ଆଉ ଗୋଟିଏ ଦିନ ପୁଣି ଆସିବାକୁ ପଡୁଛି । ସ୍ପିଡ୍‌ ପୋଷ୍ଟ ହେଉ ବା ଟଙ୍କା ଡିପୋଜିଟ୍‌ ଓ ଉଠାଣ ପାଇଁ ଧାଡ଼ିବାନ୍ଧି ଠିଆ ହେବାକୁ ପଡୁଛି । 

ସବୁଠାରୁ ବଡ଼ କଥା ହେଲା, ଡାକଘରେ ଲିଙ୍କ୍‌ ଫେଲ୍‌ ସମସ୍ୟାର କେବେ ହେବ ସମାଧାନ ତାର ଉତ୍ତର କାହା ପାଖରେ ନାହିଁ । କର୍ତ୍ତୃପକ୍ଷ ବି କୌଣସି ଉତ୍ତର ଦେବାକୁ ନାରାଜ । ଏଭଳି ସ୍ଥିତିରେ ଭଗବାନ ଭରସାରେ ଅଛନ୍ତି ପୋଷ୍ଟ ଅଫିସ ଗ୍ରାହକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe