ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣା, ଏଫ୍ଏମ୍‌ କଲେଜ ଯାଇପାରନ୍ତି କ୍ରାଇମବ୍ରାଞ୍ଚ ଡିଜି

ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଆଜି କଲେଜ ଯାଇପାରନ୍ତି କ୍ରାଇମବ୍ରାଞ୍ଚ ଡିଜି ।  ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଓ ଉଚ୍ଚଶିକ୍ଷା ବିଭାଗ ଚଳାଇଛି ଛାନଭିନ୍ । ବର୍ତ୍ତମାନ ଓ ପୂରାତନ ଛାତ୍ରଛାତ୍ରୀଙ୍କୁ ଚାଲିଛି ପଚରାଉଚରା ।  

FM-Crime

କନକ ବ୍ୟୁରୋ: ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ବିତିଲାଣି ସପ୍ତାହେ । ୟୁଜିସି, ଉଚ୍ଚଶିକ୍ଷା ବିଭାଗ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ପୃଥକ ଭାବେ ୩ଟି ଟିମ୍ ଦ୍ବିତୀୟ ଦିନରେ ମଧ୍ୟ ତଦନ୍ତ କରିଛନ୍ତି । ଏହି ୨ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିସାରିଥିବା ଜଣାପଡ଼ିଛି । ବର୍ତ୍ତମାନ ଓ ପୂର୍ବତନ ଛାତ୍ର ମାନଙ୍କୁ ପଚରାଉଚରା ଜାରି ରହିଛଇ । ଘଟଣାକୁ ନେଇ ଆଇସିସି କମିଟି ସଦସ୍ୟ ମାନଙ୍କୁ ନିଲମ୍ବିତ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି । ମୃତ ଛାତ୍ରୀ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ବିଭାଗର ହୋଇଥିବାରୁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କଲେଜର ଇଷ୍ଟ କ୍ୟାମ୍ପସକୁ ଯାଇ ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗର ଟିମ୍ ମଧ୍ୟ ଆଇସିସି କମିଟି ସଦସ୍ୟ ମାନଙ୍କୁ ଝାଳବୁହା ଜେରା କରିଛନ୍ତି । ଏକପାଖିଆ ରିପୋର୍ଟ ଯୋଗୁଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପରିଣାମ ଭୋଗିବାକୁ ସେମାନଙ୍କୁ ଆହ୍ବାନ ଦିଆଯାଇଛି । ସେହିପରି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ମଧ୍ୟ କଲେଜରେ ଅଧିକ ତନାଘନା ଚଳାଇଛି । 

ସେପଟେ ଆଜି ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଆଜି କଲେଜ ଯାଇପାରନ୍ତି କ୍ରାଇମବ୍ରାଞ୍ଚ ଡିଜି । ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାର ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଜିଙ୍କ ଗସ୍ତ ପରେ ମାମଲାକୁ ନେଇ ଅଧିକ ତଥ୍ୟ ମିଳିପାରେ ।  ଏଫ୍‌ଏମ୍‌ କଲେଜରେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଓ ଉଚ୍ଚଶିକ୍ଷା ବିଭାଗ ଚଳାଇଛି ଛାନଭିନ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe