କନକବ୍ୟୁରୋ : ବାହାଘର ପ୍ରୋସେସନରେ ଗଣ୍ଡଗୋଳ। ୩ ଗୁରୁତର ଆହତ ହୋଇଛନ୍ତି। ଖଲ୍ଲିକୋଟ ଥାନା ଚଣ୍ଡୀ ପୀଠରେ ବାହାଘର ପ୍ରୋସେସନ ଚାଲିଥିବା ସମୟରେ ବିବାଦ ହୋଇଛି। ଆହତ ୩ଜଣଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ସନ୍ଦେହ କରାଯାଉଛି । ବିବାଦକୁ ନେଇ ଜଣଙ୍କୁ ପିଠିରେ ଛୁରୀ ଭୂଷି ଆକ୍ରମଣ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି , ସେପଟେ ଖୋର୍ଦ୍ଧା ବାଲୁଗାଁ ଗୁଣ୍ଡୁରିପୁରରେ ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ଲାଗୁ ହେଲା ବିଏନ୍ଏସ୍ ୧୬୩ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଜଳିଯାଇଛି ୨ଟି ବାଇକ ।
ସେହିପରି ଟେକାପଥର ମାଡ଼ରେ ଉଭୟ ପକ୍ଷର ୩ରୁ ଅଧିକ ଆହତ ହୋଇଛନ୍ତି । ମାଟି ଚାଲାଣରୁ ଏହି ହିଂସାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଗୁଣ୍ଡୁରିପୁର ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଅଛି । ଖୋର୍ଦ୍ଧା ଏସ୍ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିସହ ଧାମନଗର ପୋଲିସର ଦବଙ୍ଗଗିରୀ ଦେଖିବାକୁ ମିଳିଛି । ବିଚ ରାସ୍ତାରେ ୨ ଜଣ ଡ୍ରାଇଭରଙ୍କୁ ଗୋଡ଼ାଇ ପିଟିଲା ପୋଲିସ ।
ସାଧାରଣ ଲୋକଙ୍କୁ ପୋଲିସ ଭଲ ବ୍ୟବହାର ଦେଖାଇବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ  । ହେଲେ ମାନବିକତା ଭୁଲିଯାଇଛି ଧାମନଗର ପୋଲିସ   ।  ବିଚ ରାସ୍ତାରେ ଗୋଡାଇ ଗୋଡ଼ାଇ ଇଲେକ୍ଟ୍ରି ଅଫିସରେ କାର୍ଯରତ ଥିବା ଦୁଇ ଡ୍ରାଇଭରଙ୍କୁ ପିଟିଥିବା ଅଭିଯୋଗ ହୋଇଛି  ।    ପୋଲିସ ବିରୋଧରେ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ଦୁଇଜଣ ଡ୍ରାଇଭର  ।   ସୂଚନା ଅନୁସାରେ ଦଳାଙ୍ଗ ପଞ୍ଚାୟତର ଯଶକେତନ ମଲ୍ଲିକ ଓ   ଦୀନବନ୍ଧୁ ସାହୁ ଗତକାଲି ବିଳମ୍ବିତ ରାତିରେ ଇଲେକ୍ଟ୍ରି ଅଫିସ ବୋଲେରୋ ମରାମତି କରି ଘରକୁ ଫେରୁଥିଲେ ।   ଥାନା ନିକଟରେ ରଖିଥିବା ନିଜ ବାଇକ ନେଇ ଘରକୁ ଯିବା   ସମୟରେ ହଠାତ ପୋଲିସ ଭ୍ୟାନ ପହଞ୍ଚି କିଛି ନ ବୁଝି ଉଭୟଙ୍କୁ ଗୋଡାଇ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି ।  ଦେହ ସାରା ମାଡ଼ ଚି଼ହ୍ନ ସହ ହାତ ମଧ୍ୟ ଭାଙ୍ଗିଯାଇଛି  ।     ତେବେ ପୋଲିସର ଏଭଳି ବରର୍ବତା କେତେଦୁର ଠିକ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/08/ZwoV8d1tR1JbX5Nudpg7.jpg)