ଜର୍ମାନୀରେ ବାହାଘର, ଦିଲ୍ଲୀରେ ଭୋଜି : ଚର୍ଚ୍ଚାରେ ପିନାକୀ - ମହୁଆଙ୍କ ଗ୍ରାଣ୍ଡ ରିସେପ୍ସନ୍‌

ଜୁନ ମାସରେ ଏହି ଦମ୍ପତି ଜର୍ମାନୀରେ ବାହା ହୋଇ ଖୁବ ଚର୍ଚ୍ଚା ସାଉଁଟିଥିଲେ । ଏବେ ପୁଣି ଦିଲ୍ଲୀର ଏକ ତାରକା ହୋଟେଲରେ ରିସେପ୍ସନ ଭୋଜି ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୋଡ଼ି ।

Grand Reception

Grand Reception Photograph: (google)

କନକ ବ୍ୟୁରୋ : ଦିଲ୍ଲୀରେ ପିନାକୀ ମିଶ୍ର-ମହୁଆ ମୈତ୍ରଙ୍କ ଯୋଡ଼ିକୁ ନେଇ ଜୋରଦାର ଚର୍ଚ୍ଚା । ଜୁନ ମାସରେ ଏହି ଦମ୍ପତି ଜର୍ମାନୀରେ ବାହା ହୋଇ ଖୁବ ଚର୍ଚ୍ଚା ସାଉଁଟିଥିଲେ । ଏବେ ପୁଣି ଦିଲ୍ଲୀର ଏକ ତାରକା ହୋଟେଲରେ ରିସେପ୍ସନ ଭୋଜି ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୋଡ଼ି । ଦଳମତ ନିର୍ବିଶେଷରେ ଶହଶହ ହାଇପ୍ରୋଫାଇଲ ରାଜନେତା, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ବିବାହ ଭୋଜିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ସାମିଲ ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।  ଏହାଛଡ଼ା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ବି ଭୋଜିରେ ସାମିଲ ହୋଇଥିଲେ। ଏହାଛଡ଼ା ମହୁଆଙ୍କ ସହକର୍ମୀ ଟିଏମ୍‌ସି ସାଂସଦ ତଥା ଓଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀ ବି ଭୋଜିରେ ସାମିଲ ହୋଇ ଚର୍ଚ୍ଚାକୁ ବଢ଼ାଇ ଦେଇଥିଲେ। ସେହିଭଳି ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ, ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲ୍ଲେଙ୍କ ସହ ଅନେକ ମହିଳା ସାଂସଦ ସାମିଲ ହୋଇଥିଲେ । 

ଚର୍ଚ୍ଚାରେ ସୋନିଆଙ୍କ ଉପସ୍ଥିତି 
ରାଜ୍ୟସଭା ରାଜନୀତିର ଆଦ୍ୟପର୍ବ !

ତେବେ ବିବାହ ଭୋଜିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଉପସ୍ଥିତି ରାଜନୈତିକ ଚର୍ଚ୍ଚାକୁ ହାୱା ଦେଇଛି । 
- ଏପ୍ରିଲ ୨୬, ୨୦୨୬ରେ ସରୁଛି ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ
- ନିରଞ୍ଜନ ବିଶି, ମମତା ମହନ୍ତ, ସୁଜିତ କୁମାର ଓ ମୁନ୍ନା ଖାନ୍‌ଙ୍କ କାର୍ଯ୍ୟକାଳ ସରୁଛି
- ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ୩୦ ବିଧାୟକଙ୍କ ସମର୍ଥନ
- ବିଧାୟକଙ୍କ ସଂଖ୍ୟାରୁ ବିଜେଡିରୁ ଜଣେ ପ୍ରାର୍ଥୀ ଜିତିବା ସୁନିଶ୍ଚିତ
- ବିଜେପିରୁ ୨ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଯିବେ ରାଜ୍ୟସଭା
- ଚତୁର୍ଥ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ପିନାକୀ ମିଶ୍ର ଓ ସଂତୃପ୍ତ ମିଶ୍ରଙ୍କ ନାଁ
- ପିନାକୀ ମିଶ୍ରଙ୍କୁ ମିଳିପାରେ କି କଂଗ୍ରେସର ସମର୍ଥନ? 
- ୧୯୯୬ କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ଯାଇଥିଲେ ପିନାକୀ
- ଏବେ ବି କଂଗ୍ରେସ ସହିତ ରହିଛି ସମ୍ପର୍କ?

କୁହାଯାଉଛି, ପିନାକୀଙ୍କ ବିବାହ ଭୋଜି ହେଉଛି ରାଜ୍ୟସଭା ରାଜନୀତିର ଆଦ୍ୟପର୍ବ । ପ୍ରଶ୍ନ ଉଠୁଛି ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସମର୍ଥନ ଖୋଜୁଛନ୍ତି କି ପିନାକୀ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe