କନକ ବ୍ୟୁରୋ : ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଙ୍ଘାତିକ ଖେଳ । ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର ଥାଇ ମ୍ୟାଟ ବିକ୍ରି କରୁଛି ଏକ ୱେବସାଇଟ । ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି । ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି । ଯାହାର ମୂଲ୍ୟ ୯୪୮ ଟଙ୍କା ରହିଛି ।
ୱେବସାଇଟ୍ରେ ଏହି ପାପୋଛକୁ ଦେଖି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାରି ଭିତରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ବାଲୁକା ଶୀଳ୍ପି ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ । ଏତେ ବଡ଼ ସାହସ କେମିତି କଲେ... ଏଭଳି ଭୁଲର କ୍ଷମା ନାହିଁ । ଆମ ଠାକୁରଙ୍କୁ ନେଇ ଏପରି ଖେଳ ଠିକ୍ ନୁହେଁ । ଏ ସମ୍ପର୍କରେ ଆଲୋଚନା ହୋଇଛି । ଏଭଳି କାମ କରୁଥିବା ଲୋକ ଏବଂ ୱେବସାଇଟ୍ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ଆଇନ୍ ମଧ୍ୟ ଆଣିବା ପାଇଁ ଆଲୋଚନା ହୋଇଛି । କୋଟି କୋଟି ଜଗନ୍ନାଥ ପ୍ରେମୀ ଏହାକୁ ଗ୍ରହଣ କରିବେ ନାହିଁ । ଏହା ଆମ ଧାର୍ମିକ ଭାବନାକୁ ଆଘାତ ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/28/papoch-2025-07-28-19-29-37.jpg)