ବହୁପ୍ରତୀକ୍ଷିତ ସୁଭଦ୍ରା ଯୋଜନାର  ୱେବ ପୋର୍ଟାଲକୁ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । www.subhadra.odisha.gov.in ରେ ହିଁ ସୁଭଦ୍ରା ସମ୍ପର୍କିତ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ ।  ଏହି ପୋର୍ଟାଲରେ ଜଣେ ସହଜରେ, ସୁବିଧାରେ ସୁଭଦ୍ରା ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ। ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଏହା ଉପଲବ୍ଧ ହେଉଛି । ତେବେ ପ୍ରଥମ କିସ୍ତିରେ ସମସ୍ତ ମହିଳାଙ୍କୁ ମିଳିବ ନାହିଁ ସୁଭଦ୍ରା ଟଙ୍କା। 

Advertisment

ୱେବପୋର୍ଟାଲରେ 
- ହିତାଧିକାରୀଙ୍କ ଯୋଗ୍ୟତା, ଅଧିକାର ଓ ବିଭିନ୍ନ ପ୍ରଶ୍ନର ଉତ୍ତର ଉପଲବ୍ଧ ଅଛି 
- ଯୋଜାନା ସମ୍ପର୍କିତ ନୂଆ ଘୋଷଣା ୱେବ ପୋର୍ଟାଲରେ ପାଇପାରିବେ
- ଟୋଲ ପ୍ରିଂ ନମ୍ବର- ୧୪୬୭୮ରେ କଲ କରିପାରିବେ 
- ଏହା ସକାଳ ୬ରୁ ରାତି ୧୦ ଯାଏଁ  କାର୍ଯ୍ୟକ୍ଷମ ରହିବ
- ୪ ସେପେଟମ୍ୱର ଅପରାହ୍ଣରୁ ଫର୍ମ ଦାଖଲ ଆରମ୍ଭ ହେବ

ସେପଟେ ରାତି ଅଧରୁ ଇଟା ପଥର ଥୋଇଲେ ଲୋକ ଏହି ଦୃଶ୍ୟ ହିଁ ବୟାନ କରିଛି ସୁଭଦ୍ରା ଯୋଜନା ପାଇଁ ଲୋକଙ୍କ ମଧ୍ୟରେ କିଭଳି ରହିଛି ଉତ୍କଣ୍ଠା । ଯୋଜନାରେ ସାମିଲ ହେବା ପାଇଁ ଆଧାର ସଂଶୋଧନ କରିବାକୁ ବିଭିନ୍ନ ବ୍କକ ଅଫିସରେ ଲମ୍ବା ଲାଇନ ଲଗାଇଛନ୍ତି ଲୋକ। ଏପରିକି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଆଧାର ସଂଶୋଧନ ପାଇଁ ନୀଳଗିରି ପୋଷ୍ଟ ଅଫିସରେ ରାତି ୪ଟାରୁ ଇଟା ପଥର ଥୋଇ ଧାଡି ଲାଗିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୁଲିସ ପଂହଚି ସ୍ଥିତି ନିୟନ୍ତ୍ରଣ କରିଛି ।  ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ସେହିଦିନ ମହିଳାଙ୍କ ଖାତାକୁ କ୍ରେଡିଟ୍ ହେବ ପ୍ରଥମ କିସ୍ତିର ୫ ହଜାର ଟଙ୍କା।