ୱେବ ସାମ୍ବାଦିକଙ୍କୁ ହାଣି ହତ୍ୟା ଘଟଣା, ହାଇଦ୍ରାବାଦରୁ ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ୍‌

ଡିଜିଟାଲ ପ୍ରମାଣ ଆଧାରରେ ଗିରଫ ହେଲେ ଅଭିଯୁକ୍ତ ।

ୱେବ ସାମ୍ବାଦିକ  ହତ୍ୟା  ଘଟଣା

ୱେବ ସାମ୍ବାଦିକ ହତ୍ୟା ଘଟଣା Photograph: (KanakNews)

କନକ ବ୍ୟୁରୋ:  ମାଲକାନଗିରି ୱେବ ସାମ୍ବାଦିକଙ୍କୁ ହାଣି ହତ୍ୟା ଘଟଣା । ହାଇଦ୍ରାବାଦରୁ ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ଏସଆଇଟି ଗଠନ କରି ତଦନ୍ତ ଚଳାଇ ଥିଲା ମାଲକାନଗିରି ପୁଲିସ । କ୍ରାଇମବ୍ରାଞ୍ଚ ସହାୟତାରେ ଅଭିଯୁକ୍ତଙ୍କ ସ୍କେଚ ପ୍ରସ୍ତୁତ ହୋଇଥିଲା । ଡିଜିଟାଲ ପ୍ରମାଣ ଆଧାରରେ ଗିରଫ ହେଲେ ଅଭିଯୁକ୍ତ । ଗତ ୧୨ ତାରିଖରେ ମୋଟୁ ଥାନା ମୁରଲିଗୁଡା  ଠାରେ ହୋଇ ଥିଲା ହତ୍ୟାକାଣ୍ଡ ।  

ସୂଚନାମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାର୍‌କୁ ଅଟକାଇ ଆକ୍ରମଣ କରିଥିଲେ ଆକ୍ରମଣକାରୀ । ୨ଟି ବାଇକରେ ଆସି ୫ ଜଣ ଆକ୍ରମଣକାରୀ ଆକ୍ରମଣ କରିଥିଲେ । କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଚିନ୍ତାକାଏଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe