କନକ ବ୍ୟୁରୋ: ମାଲକାନଗିରି ୱେବ ସାମ୍ବାଦିକଙ୍କୁ ହାଣି ହତ୍ୟା ଘଟଣା । ହାଇଦ୍ରାବାଦରୁ ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ଏସଆଇଟି ଗଠନ କରି ତଦନ୍ତ ଚଳାଇ ଥିଲା ମାଲକାନଗିରି ପୁଲିସ । କ୍ରାଇମବ୍ରାଞ୍ଚ ସହାୟତାରେ ଅଭିଯୁକ୍ତଙ୍କ ସ୍କେଚ ପ୍ରସ୍ତୁତ ହୋଇଥିଲା । ଡିଜିଟାଲ ପ୍ରମାଣ ଆଧାରରେ ଗିରଫ ହେଲେ ଅଭିଯୁକ୍ତ । ଗତ ୧୨ ତାରିଖରେ ମୋଟୁ ଥାନା ମୁରଲିଗୁଡା ଠାରେ ହୋଇ ଥିଲା ହତ୍ୟାକାଣ୍ଡ ।
ସୂଚନାମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାର୍କୁ ଅଟକାଇ ଆକ୍ରମଣ କରିଥିଲେ ଆକ୍ରମଣକାରୀ । ୨ଟି ବାଇକରେ ଆସି ୫ ଜଣ ଆକ୍ରମଣକାରୀ ଆକ୍ରମଣ କରିଥିଲେ । କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଚିନ୍ତାକାଏଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/20/journalist-2025-07-20-16-24-07.jpg)