କନକ ବ୍ୟୁରୋ: ପୁଣି ଆସୁଛି ଦୁଇଟି ଲଘୁଚାପ । ପୂର୍ବ ଓ ପଶ୍ଚିମ ଭାଗରେ ପୁଣି ଲଘୁଚାପ ସମ୍ଭାବନା । ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ହେବା ସମ୍ଭାବନା ରହିଛି । ସୌରାଷ୍ଟ୍ର ଏବଂ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି , ଯାହା ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେହିପରି ଦେଶର ପୂର୍ବ ଭାଗରେ ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ, ଏହାର ପ୍ରଭାବରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।
ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ଅନ୍ୟ କିଛି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବର୍ଷାର ପରିମାଣ ବଢ଼ିବ । ୩୦ ଓ ୧ ତାରିଖରେ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା : ଦୁଇ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ପାଣିପାଗ ବିଭାଗର ସୂଚନା; ଆସନ୍ତା ୫ ଦିନ ଲାଗିରହିବ ପ୍ରବଳ ବର୍ଷା । ଏକାସଙ୍ଗେ ବଙ୍ଗୋପସାଗର ଓ ଆରବ ସାଗରରେ ଲଘୁଚାପ ସମ୍ଭାବନା ।
/kanak/media/media_files/2025/06/28/weather-2025-06-28-15-43-14.jpg)