ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ ; ୨୩ରୁ ପ୍ରବଳ ବର୍ଷା

ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ସକ୍ରିୟ ହୋଇ ନେବ ଲଘୁଚାପର ରୂପ । ୨୩ରୁ ପ୍ରବଳ ବର୍ଷା ନେଇ ଆକଳନ ।

20W

କନକ ବ୍ୟୁରୋ: ଅଧିକ ଘନୀଭୂତ ହେଉଛି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଆସନ୍ତାକାଲି ସୁଦ୍ଧା ଏହା ସକ୍ରିୟ ଲଘୁଚାପର ରୂପ ନେବ। ଆଗକୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ହୋଇପଡିବ । ତେଣୁ ସମୁଦ୍ର ଭିତରକୁ ଯିବା ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ପାଣିପାଗ ବିଭାଗ । ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଲଘୁଚାପର ରୂପ ନେବା ପରେ  ବାତ୍ୟାର ଚିତ୍ର ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe