କନକ ବ୍ୟୁରୋ: ସୃଷ୍ଟି ହେଲା ଲଘୁଚାପ , ବର୍ଷାରେ ଭିଜିବ ଦଶହରା । ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି l ଆଗାମୀ ୧୨-୨୪ ଘଣ୍ଟା ମଧ୍ୟରେ ସୁଦୃଶ ଲଘୁଚାପରେ ପରିଣତ ହେବ । ତୀବ୍ର ଅବପାତ ପାଇଁ ମଧ୍ୟ ପାଗ ଅନୁକୂଳ ରହିଛି । ତେବେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ କାଲି ସକାଳ ବେଳକୁ ଆହୁରି ଘନୀଭୂତ ହେବ । ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୩ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠୁ କାଲି ସକାଳ ଯାଏଁ ୩୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଦଶହରାରେ ବର୍ଷା ଭୟ ; ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଦଶହାରରେ ବଢିଲା ବର୍ଷା ଭୟ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଜିଠୁ ବଢିପାରେ ବର୍ଷାର ପରିମାଣ ।
/kanak/media/media_files/2025/10/01/9-2025-10-01-07-39-27.jpg)