ଗୁଳୁଗୁଳିରେ ଡହଳବିକଳ ରାଜଧାନୀ, ଆର୍ଦ୍ରତା ଯୋଗୁଁ ୫୦ ଡିଗ୍ରି ଲାଗୁଛି ତାତି

Advertisment

ଅସହ୍ୟ ହେଉଛି ଗୁଳୁଗୁଳି । ଘରେ ବିନା ଏସିରେ ରହିବା କଷ୍ଟ । ଘରୁ ବାହାରିଲେ ଝାଳରେ ଓଦା । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବାୟୁମଣ୍ଡଳରେ ଆର୍ଦ୍ରତାର ଅଧିକ ରହୁଛି ।

ଅସହ୍ୟ ହେଉଛି ଗୁଳୁଗୁଳି । ଘରେ ବିନା ଏସିରେ ରହିବା କଷ୍ଟ । ଘରୁ ବାହାରିଲେ ଝାଳରେ ଓଦା । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବାୟୁମଣ୍ଡଳରେ ଆର୍ଦ୍ରତାର ଅଧିକ ରହୁଛି ।

vlcsnap-2025-06-09-18h54m38s353

କନକ ବ୍ୟୁରୋ:  ବଦଳୁଛି ପାଗର ମିଜାଜ୍‌ । ପୂର୍ବାହ୍ନରେ ଅସହ୍ୟ ଗୁଳୁଗୁଳି, ଅପରାହ୍ନରେ ବର୍ଷା । କିନ୍ତୁ ଗରମରୁ ମିଳୁନାହିଁ ତ୍ରାହି । ଟ୍ବିନ୍‌ସିଟିରେ କିଛିଦିନ ହେଲା ପାଗ ଏମିତି ରହୁଛି । ତାପମାତ୍ରା କମ୍, ଆର୍ଦ୍ରତା ଅଧିକ ।  ପୂର୍ବାହ୍ନରେ ଗୁଳୁଗୁଳି ଅଧିକ କଲବଲ କରୁଛି । 
 
ଅସହ୍ୟ ହେଉଛି ଗୁଳୁଗୁଳି । ଘରେ ବିନା ଏସିରେ ରହିବା କଷ୍ଟ । ଘରୁ ବାହାରିଲେ ଝାଳରେ ଓଦା । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବାୟୁମଣ୍ଡଳରେ ଆର୍ଦ୍ରତାର ଅଧିକ ରହୁଛି । ଦିନ ୧୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୫ ଡିଗ୍ରିରେ ମଧ୍ୟରେ ଥିଲେ ମଧ୍ୟ ଆର୍ଦ୍ରତା ୬୮.୪%ରୁ ଅଧିକ ରହୁଥିବାରୁ ଅଧିକ ଲାଗୁଛି ଗୁଳୁଗୁଳି । ତାପମାତ୍ରା ଅଧିକ ନଥାଇ ତାପ ସୂଚକାଙ୍କ ୫୦ ଡିଗ୍ରି ଭଳି ଲାଗୁଛି । ସକାଳେ ଆର୍ଦ୍ରତା ୮୦%ରୁ ଅଧିକ ରହୁଥିବାରୁ ରାଜଧାନୀବାସୀ ଅସ୍ତବ୍ୟସ୍ତ ହେଉଛନ୍ତି ।  

ଉତ୍ତର- ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳର ୧.୫ରୁ ୫.୮ କିଲୋମିଟର ଉଚ୍ଚତା ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ଉପକୂଳ ଓଡ଼ିଶାରେ ବୃଦ୍ଧି ପାଉଛି ଗୁଳୁଗୁଳି । ଆଜି ଟ୍ୱିନ୍‌ସିଟି କଟକ ଏବଂ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି  ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି ।  
 ବିଜୁଳି ଓ ଘଡ଼ଘଡ଼ି ସହ ମେଘ ଆସୁଛି ସତ, ହେଲେ ସହର ଭିତରେ ଶକ୍ତିହୀନ ହେଇପଡୁଛି ବର୍ଷା । ଯେତେ ବର୍ଷା ହେବା କଥା ହେଉନାହିଁ ।  ରାଜଧାନୀରେ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ଆଶ୍ବସ୍ତି ମିଳୁନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe