କାଲିଠୁ ବଦଳିବ ପାଗ, କମିବ ପାରଦ, ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

Advertisment

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସତର୍କ ଘଣ୍ଟି । କୁଆପଥର ବର୍ଷା ସହ ୪୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ ପବନ ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସତର୍କ ଘଣ୍ଟି । କୁଆପଥର ବର୍ଷା ସହ ୪୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ ପବନ ।

୩ରୁ ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା

୩ରୁ ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା Photograph: (kanakNews)

କନକ ବ୍ୟୁରୋ:  ଆଜିଠୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ସମ୍ଭାବନା। ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବିଜୁଳି, ଘଡ଼ିଘଡ଼ି ସହ କୁଆପଥର ମାଡ଼ ହେବ। ଏଥିସହ ୩୦ରୁ ୪୦ କିଲୋମିଟର ବେଗରେ ଘୂର୍ଣ୍ଣିଝଡ଼ ହୋଇପାରେ ।

ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏହି ୨୦ ଜିଲ୍ଲାରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣପାଗ ବିଭାଗ ପୂର୍ବାନୁମାନ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe