ଚାଷୀ ମୁଣ୍ଡରେ ଚଡକ: ଉପକୂଳରେ ବର୍ଷା, ପଶ୍ଚିମରେ ମରୁଡି

Advertisment

ବାତ୍ୟା ଦାନାର ପ୍ରଭାବରେ ଉପକୂଳରେ ବର୍ଷା ଦେଖିବାକୁ ମିଳିଛି। ଆଉ ବର୍ଷାରେ ଶୋଇପଡିଛି ଚାଷୀଙ୍କ ସୁନାର। ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ଆସିଛି ମରୁଡ଼ିର ଚିତ୍ର। ସୁନ୍ଦରଗଡ ଭଳି ଜିଲ୍ଲାରେ ଅଭାବୀ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କରିଛି, ଯାହାକୁ ନେଇ ଚିନ୍ତାରେ ଚାଷୀ।

ବାତ୍ୟା ଦାନାର ପ୍ରଭାବରେ ଉପକୂଳରେ ବର୍ଷା ଦେଖିବାକୁ ମିଳିଛି। ଆଉ ବର୍ଷାରେ ଶୋଇପଡିଛି ଚାଷୀଙ୍କ ସୁନାର। ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ଆସିଛି ମରୁଡ଼ିର ଚିତ୍ର। ସୁନ୍ଦରଗଡ ଭଳି ଜିଲ୍ଲାରେ ଅଭାବୀ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କରିଛି, ଯାହାକୁ ନେଇ ଚିନ୍ତାରେ ଚାଷୀ।

cscsc

କନକ ବ୍ୟୁରୋ: ବାତ୍ୟା ଦାନାର ପ୍ରଭାବରେ ଉପକୂଳରେ ବର୍ଷା ଦେଖିବାକୁ ମିଳିଛି। ଆଉ ବର୍ଷାରେ ଶୋଇପଡିଛି ଚାଷୀଙ୍କ ସୁନାର। ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ଆସିଛି ମରୁଡ଼ିର ଚିତ୍ର। ସୁନ୍ଦରଗଡ ଭଳି ଜିଲ୍ଲାରେ ଅଭାବୀ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କରିଛି, ଯାହାକୁ ନେଇ ଚିନ୍ତାରେ ଚାଷୀ।

ଓଡ଼ିଶାର ଚାଷୀକୂଳ ଏବେ ଚିନ୍ତାରେ। ଗୋଟିଏ ରାଜ୍ୟରେ ଏକା ସମୟରେ ୨ଟି ଭିନ୍ନ କାରଣ ପାଇଁ ଚାଷୀଙ୍କ ଆଖିରେ ନିଦ ନାହିଁ। ଉପକୂଳରେ ବାତ୍ୟା ଦାନା ପାଇଁ ଚାଷ କ୍ଷେତରେ ଶୋଇପଡିଛି ଚାଷୀଙ୍କ ସୁନାର ଫସଲ। ଅନ୍ୟପଟେ ପଶ୍ଚିମରେ ମରୁଡି ପାଇଁ ଚାଷ କ୍ଷେତ ଫସଲ ଶୂନ୍ୟ ହୋଇପଡିଛି। ବାତ୍ୟା ପ୍ରଭାବରେ ୧୫ଟି ଜିଲ୍ଲାରେ ବର୍ଷା ପାଇଁ ସରକାର ଚାଷୀଙ୍କୁ ସତର୍କ କରିଛନ୍ତି। କିଏ ଅମଳ ପୂର୍ବରୁ ଧାନ କାଟିଛି ତ ପୁଣି କାହା ଜମିରେ ମାଡିଯାଇଛି ପାଣି।  ହେଲେ ସୁନ୍ଦରଗଡ ଭଳି ଜିଲ୍ଲାରେ ଅଭାବୀ ବର୍ଷା ପାଇଁ ଚାଷ ଜମି ଫାଟି ଆଁ କଲାଣି। ଜଳ ଅଭାବରୁ ଧାନ ଗଛ ଗୁଡିକ ଜଳିଗଲାଣି। ଏ ଦୃଶ୍ୟ ହିଁ ବୟାନ କରୁଛି ସୁନ୍ଦରଗଡ ବିଭିନ୍ନ ଅଞ୍ଚଳରେ କେତେ ଉଗ୍ର ରୂପ ଧାରଣ କଲାଣି ମରୁଡି। 

୩୧୦୦ ଟଙ୍କାରେ ଧାନ କିଣିବାକୁ ସରକାରଙ୍କ ନିଷ୍ପତ୍ତି ପରେ ସୁନ୍ଦରଗଡରେ ଚଳିତବର୍ଷ ଧାନ ଚାଷ ବଢିଥିଲା। ନିଜ ଜମି ସହ ଭାଗ ଜମି ନେଇ ଅଧିକରୁ ଅଧିକ ଧାନ ଚାଷ କରିଥିଲେ ଚାଷୀ। ହେଲେ ଅଭାବୀ ବର୍ଷା ପାଇଁ ଏବେ ସ୍ଥିତି ଏମିତି ଯେ, କ୍ୱିଣ୍ଟାଲ ପିଛା ୩୧୦୦ ପାଇବେ କଣ ବରଂ ଋଣ କେମିତି ପରିଶୋଧ କରିବେ ସେ ଚିନ୍ତାରେ ଚାଷୀ। ୧୭ଟି ବ୍ଲକର ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହି କୃଷି ବିଭାଗ ଦୋଷ ଝାଡିଛି। 

ସରକାରୀ ଅଧିକାରୀଙ୍କ ରିପୋର୍ଟ ଉପରେ ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି।  କିନ୍ତୁ ଏହି ରିପୋର୍ଟ କେବେ ଆସିବ ଏବଂ ସରକାରୀ ଅଧିକାରୀ କେବେ ସମୀକ୍ଷା କରିବେ ତାହା ଉପରେ ନଜର ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe