କନକ ବ୍ୟୁରୋ : ଦିନରେ ବାବା ରାତିରେ ଚୋର । ଦିନରେ ହଳଦିଆ ରଙ୍ଗର ଧୋତି ଗାମୁଛାରେ ବାବା ହୁଅନ୍ତି ଏବଂ ରାତିରେ ବୁଲାନ୍ତି କଳା କନା । ଏଭଳି ଏକ ଅଚିହ୍ନା ଚୋରକୁ କାବୁ କରିଛି ବୈପାରିଗୁଡା ପୁଲିସ । ବୈପାରିଗୁଡାରେ କିଛି ଦିନ ହେଲା ଜଣେ ହଳଦିଆ ରଙ୍ଗର ଧୋତି ଗାମୁଛାରେ ନିଜକୁ ହଳଦିଆ ବାବା କହି ବୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ଏହି ହଳଦିଆ ବାବାର ଅସଲି ଚେହେରା ସାମ୍ନାକୁ ଆସିଛି । ଅଜଣା ହଳଦିଆ ବାବା ଦିନରେ ବାବା ହୋଇ ବୁଲି ରାତିରେ ବିଭିନ୍ନ ସ୍ଥାନରେ କଳା କନା ବୁଲାଉ ଥିଲା । ସନ୍ଦେହ ହେବାରୁ ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବିଭିନ୍ନ ପ୍ରକାରର ଚୋରି ସାମଗ୍ରୀ ଉଦ୍ଧାର କରିଥିଲା । ଅଭିଯୁକ୍ତ ନିକଟରୁ କର୍ଣ୍ଣାଟକର ପରିଚୟପତ୍ର ଜବତ କରିଛି ପୁଲିସ । ପୁଲିସ ହଳଦିଆ ବାବା ବଜାରରେ ବୁଲୁଥିବା ବେଳେ କାବୁ କରିବା ସହ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହଳଦିଆ ବାବାର ପ୍ରକୃତ ପରିଚୟ ଜଣାପଡ଼ିବ ବୋଲି ପୁଲିସ କହିଛି।
ହଳଦିଆ ବସ୍ତ୍ର ପିନ୍ଧି ହଳଦିଆ ବାବା ପରିଚୟ ଦେଇ ବୁଲୁଥିଲା ଭଣ୍ଡ, ଦିନରେ ବୁଲି ରାତିରେ ବୁଲାଉଥିଲା କଳାକନା
ବୈପାରିଗୁଡାରେ କିଛି ଦିନ ହେଲା ଜଣେ ହଳଦିଆ ରଙ୍ଗର ଧୋତି ଗାମୁଛାରେ ନିଜକୁ ହଳଦିଆ ବାବା କହି ବୁଲୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଆଜି ଏହି ହଳଦିଆ ବାବାର ଅସଲି ଚେହେରା ସାମ୍ନାକୁ ଆସିଛି । ଅଜଣା ହଳଦିଆ ବାବା ଦିନରେ ବାବା ହୋଇ ବୁଲି ରାତିରେ ବିଭିନ୍ନ ସ୍ଥାନରେ କଳା କନା ବୁଲାଉ ଥିଲା । ସନ୍ଦେହ ହେବାରୁ ଜଣେ ବ୍ୟକ୍ତି ପୁଲିସକୁ ଖବର ଦେଇଥିଲେ ।
/kanak/media/media_files/2025/06/03/172vyN4ZL9UtSDfnA70G.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)