କନକ ବ୍ୟୁରୋ: କେନ୍ଦୁଝର ଯୋଡ଼ା ଥାନା ଅନ୍ତର୍ଗତ ବୈତରଣୀ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି । ବ୍ୟାଙ୍କ ଖୋଲୁ ଖୋଲୁ ୫ ଜଣ ଡକାୟତ ମୁହଁରେ କଳାକପଡ଼ା ବାନ୍ଧି ଟଙ୍କା ଓ ସୁନା ଲୁଟି ନେଇଛନ୍ତି । ଘଟଣା ସ୍ଥଳରୁ ଲୁଟେରା ଫେରାର ଥିବା ବେଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । 

Advertisment

୫ ଜଣ ଦୁର୍ବୃତ ବାଇକରେ ଆସି ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଖବର ପାଇ ଯୋଡ଼ା  ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଜନଗହଳିପୂର୍ଣ୍ଣ ଅଂଚଳରୁ ଦିନ ଦ୍ବିପ୍ରହରେ ଲୁଟ୍‌ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଚ ଦେଇଛନ୍ତି ଲଟେରା । ଲୁଟ୍‌ର ଆନୁମାନିକ ମୂଲ୍ୟ ୧୧ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।