କନକ ବ୍ୟୁରୋ : ପାରିକୁଦା ରାଜାଙ୍କ ଅସ୍ତ୍ରଶସ୍ତ୍ର ପୂଜା । ପୁରୀ କୃଷ୍ଣପ୍ରସାଦ ବ୍ଲକର ପାରିକୁଦ ରାଜ ନଅରରେ ବିଜୟା ଦଶମୀରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପାରିକୁଦ ରାଜାଙ୍କ ଉଆସରେ ଭିନ୍ନ ଏକ ପୂଜା ଦେଖିବାକୁ ମିଳିଛି । ପରମ୍ପରା ଅନୁଯାଇ ପ୍ରଥମେ ରାଜାଙ୍କ ସେବକମାନେ ତୁରୀ, ମହୁରୀ, କାହାଳି, ଢୋଲ ପାଟ ପଟୁଆରରେ ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କୁ ପାଛୋଟି ଆଣନ୍ତି । ରାଜ ନଅର ସମୁଖରେ ପ୍ରଥମେ ରାଜାଙ୍କୁ ବସାଇ ବ୍ରାହ୍ମଣ ପଣ୍ଡିତମାନେ ପୂଜାର୍ଚ୍ଚନା କରିଥାନ୍ତି । ତା'ପରେ ରାଜ ଉଆସରେ ଥିବା ମାଆଙ୍କ ନିକଟରେ ସମସ୍ତ ଅସ୍ତସସ୍ତ୍ରକୁ ରଖି ପୂଜା କରିଥାନ୍ତି । ଆଜି ରାଜ ନଅରରେ ମାଆଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚନା କରାଯାଇଛି । ସୈନ୍ୟ ମାନଙ୍କ ଅସ୍ତ୍ରସସ୍ତ୍ର ରାଜ ନଅରରେ ଗୁପ୍ତ କୋଠରିରେ ରଖାଯାଇ ପୂଜାର୍ଚନା କରାଯାଇଛି ।
ପାରିକୁଦ ରାଜନଅରରେ ଅସ୍ତ୍ରପୂଜା । ରାଜାଙ୍କ ଉଆସରେ ଦେଖିବାକୁ ମିଳିଛି ଭିନ୍ନ ଏକ ପୂଜା
ପାରିକୁଦା ରାଜାଙ୍କ ଅସ୍ତ୍ରଶସ୍ତ୍ର ପୂଜା । ପୁରୀ କୃଷ୍ଣପ୍ରସାଦ ବ୍ଲକର ପାରିକୁଦ ରାଜ ନଅରରେ ବିଜୟା ଦଶମୀରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପାରିକୁଦ ରାଜାଙ୍କ ଉଆସରେ ଭିନ୍ନ ଏକ ପୂଜା ଦେଖିବାକୁ ମିଳିଛି ।