କଟକରେ ଦୁର୍ବଳ ଟ୍ରାଫିକ ବ୍ୟବସ୍ଥା : ଭାଙ୍ଗିଗଲାଣି ପୋଷ୍ଟ, ସିଗ୍‌ନାଲ୍‌ କାମ କରୁନି

Advertisment

ସହରର ମୁଖ୍ୟ ଟ୍ରାଫିକ ଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ାହୋଇ ଟ୍ରାଫିକ ପରିଚାଳନା କରୁଛନ୍ତି ପୁଲିସ । କାରଣ ଅଧିକାଂଶ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଗଲାଣି ।

ସହରର ମୁଖ୍ୟ ଟ୍ରାଫିକ ଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ାହୋଇ ଟ୍ରାଫିକ ପରିଚାଳନା କରୁଛନ୍ତି ପୁଲିସ । କାରଣ ଅଧିକାଂଶ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଗଲାଣି ।

41

Photograph: (kanaknews)

କନକ ବ୍ୟୁରୋ : ଗଳି କନ୍ଦିର ସହର କଟକରେ ଏବେ ଭୁଶୁଡ଼ି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା । ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ମଟର ଚଳାଚଳ କରୁଛି, କିନ୍ତୁ ଟ୍ରାଫିକ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ଅବସ୍ଥାରେ । ସହରର ମୁଖ୍ୟ ଟ୍ରାଫିକ ଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ାହୋଇ ଟ୍ରାଫିକ ପରିଚାଳନା କରୁଛନ୍ତି ପୁଲିସ । କାରଣ ଅଧିକାଂଶ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଗଲାଣି । କେବଳ ସେତିକି ନୁହେଁ, କେତେକ ଟ୍ରାଫିକ୍‌ରେ ସିଗ୍‌ନାଲ୍‌ ଲାଇଟ୍‌ କାମ କରୁନି । ଫଳରେ ଗାଡ଼ି ଚାଳକ ଅସୁବିଧା ଭୋଗୁଛନ୍ତି । 

ଟ୍ରାଫିକ ପୋଷ୍ଟର ଏହି ଅବହେଳିତ ଚିତ୍ର ପୁଲିସ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି । ଆଉ ସବୁ ଦେଖି କଟକ କମିସନରେଟ୍‌ ପୁଲିସ ଚୁପ୍ ବସିଛି । ଟ୍ରାଫିକ ପୋଷ୍ଟରେ ପୁଲିସ ରହୁନଥିବାରୁ ମନଇଚ୍ଛା ଗାଡ଼ି ଚଳାଚଳ କରୁଛି । ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କଟକ ସହରରେ କେବେ ଦୁର୍ବଳ ଟ୍ରାଫିକ ବ୍ୟବସ୍ଥା ସବଳ ହେଉଛି? କେତେ ଶୀଘ୍ର ଲୋକଙ୍କ କଷ୍ଟ ଦୂର ହେଉଛି ତାକୁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe