କନକ ବ୍ୟୁରୋ : ଗଳି କନ୍ଦିର ସହର କଟକରେ ଏବେ ଭୁଶୁଡ଼ି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା । ପ୍ରତ୍ୟେକ ଦିନ ହଜାର ହଜାର ଗାଡ଼ି ମଟର ଚଳାଚଳ କରୁଛି, କିନ୍ତୁ ଟ୍ରାଫିକ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ଅବସ୍ଥାରେ । ସହରର ମୁଖ୍ୟ ଟ୍ରାଫିକ ଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ସ୍ଥାନରେ ରାସ୍ତା କଡ଼ରେ ଛିଡ଼ାହୋଇ ଟ୍ରାଫିକ ପରିଚାଳନା କରୁଛନ୍ତି ପୁଲିସ । କାରଣ ଅଧିକାଂଶ ଟ୍ରାଫିକ୍ ପୋଷ୍ଟ ଭାଙ୍ଗିଗଲାଣି । କେବଳ ସେତିକି ନୁହେଁ, କେତେକ ଟ୍ରାଫିକ୍ରେ ସିଗ୍ନାଲ୍ ଲାଇଟ୍ କାମ କରୁନି । ଫଳରେ ଗାଡ଼ି ଚାଳକ ଅସୁବିଧା ଭୋଗୁଛନ୍ତି ।
ଟ୍ରାଫିକ ପୋଷ୍ଟର ଏହି ଅବହେଳିତ ଚିତ୍ର ପୁଲିସ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି । ଆଉ ସବୁ ଦେଖି କଟକ କମିସନରେଟ୍ ପୁଲିସ ଚୁପ୍ ବସିଛି । ଟ୍ରାଫିକ ପୋଷ୍ଟରେ ପୁଲିସ ରହୁନଥିବାରୁ ମନଇଚ୍ଛା ଗାଡ଼ି ଚଳାଚଳ କରୁଛି । ଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କଟକ ସହରରେ କେବେ ଦୁର୍ବଳ ଟ୍ରାଫିକ ବ୍ୟବସ୍ଥା ସବଳ ହେଉଛି? କେତେ ଶୀଘ୍ର ଲୋକଙ୍କ କଷ୍ଟ ଦୂର ହେଉଛି ତାକୁ ଅପେକ୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/28/41-2025-07-28-19-32-31.jpg)