କନକବ୍ୟୁରୋ : ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଆମକୁ ଇଣ୍ଡଷ୍ଟ୍ରିଆଲ୍ ସିମ୍ବୋସିସ ବା ଶିଳ୍ପ ସହାବସ୍ଥାନ ଉପରେ ଗୁରୁତ୍ବ ଦେବାକୁ ହେବ । ଅର୍ଥାତ ପରସ୍ପର ସହ ସଂପର୍କିତ ଶିଳ୍ପକୁ ଗୋଟିଏ ସ୍ଥାନରେ ରଖିବାକୁ ହେବ ବୋଲି କହିଛନ୍ତି ଏନଭାରମେଣ୍ଟ ଏଣ୍ଡ ଓ୍ବାଟର, ଦି ରିନେଓ୍ବଲ ଟିମ ଆଟ ଦି କାଉନସିଲ ଅଫ ଏନର୍ଜିର ପ୍ରୋଗ୍ରାମ ଲିଡ୍ ଗୁଞ୍ଜନ ଝୁନଝୁନଓ୍ବାଲା । ସେ କହିଛନ୍ତି ଯେ ଚୀନ, ଇଣ୍ଡୋନେସିଆ, ବ୍ରାଜିଲ ଆଦି ଦେଶ ଏଦିଗରେ କାମ କରୁଛନ୍ତି । ଚୀନରେ ଇସ୍ପାତକୁ ଶୀତଳ କରିବାକୁ ବର୍ଜ୍ୟ ଜଳ ବ୍ୟବହାର କରାଯାଉଛି ।
ପୁନଶ୍ଚ ପୃଥିବୀ ସମ୍ମିଳନୀ ୨୦୨୫ରେ ଯୋଗ ଦେଇ ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପୁଡ଼ିକ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ ହେଲେ ଓଡ଼ିଶାକୁ କେତେକ ଅଭିନବ ମଡେଲ ଉପରେ ବିଚାର କରିବାକୁ ପଡ଼ିବ । ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ର ପାଣ୍ଠିର କିଛି ଅଂଶ ବାୟୋଗ୍ୟାସ ପ୍ଲାଣ୍ଟ, ସ୍ଥାୟୀ ପର୍ଯ୍ୟଟନ ପରି କୋପରେଟିଭ ମଡେଲକୁ ପ୍ରେରଣ କରିବାକୁ ହେବ ।
ଏହି ଆଲୋଚନା ଚକ୍ରରେ ଆଇଆଇଏମ ଅହମ୍ମଦାବାଦର ପ୍ରଫେସର ଅମିତ ଗର୍ଗ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମଧ୍ୟପୂର୍ବର ଉପଦେଷ୍ଟା ଡ.ଧ୍ରୁବ ପୁରକାୟସ୍ତ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ସିଏସଆଇର ନିର୍ଦ୍ଦେଶକ ଲାବଣ୍ୟ ଜେନା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।