କନକ ବ୍ୟୁରୋ : ଭୁବନେଶ୍ୱର ଭିଆଇପି କଲୋନୀ ସ୍ଥିତ କଂଗ୍ରେସ ନେତା ତଥା ପୂର୍ବତ୍ତନ ପିସିସି ସଭାପତିଙ୍କ ଘରୁ ଲୁଟ୍ ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସୋଲିଆଲ୍ ମିଢିଆରେ ଏକ ପୋଷ୍ଟ ସେୟାର କରି ଚିନ୍ତା ପ୍ରକଟ କରିଛନ୍ତି । 

Advertisment

ନିରଞ୍ଜନ କହିଛନ୍ତି, ଗତକାଲି ମୋର ଭୁବନେଶ୍ୱର ସ୍ଥିତ ବାସଭବନରୁ ଚୋରି ହୋଇଛି । ଏହି ଘଟଣାକୁ ନେଇ କେବଳ ମୋର ପରିବାର ପାଇଁ ନୁହେଁ, ବରଂ ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ । ସରକାରଙ୍କ ଅବହେଳା କାରଣରୁ ଆଜି ଆମ ଘର, ଆମ ସାହି ଏବଂ ଆମ ସମ୍ପଦ ବିପଦରେ ପଡିଛି । ଓଡିଶା ପୋଲିସ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ । ଏବଂ ଏହା ବିଜେପି ସରକାରଙ୍କ ସର୍ବପ୍ରଥମ ହେବା ଉଚିତ । ଭୁବନେଶ୍ୱରକୁ ସୁରକ୍ଷିତ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ