କନକ ବ୍ୟୁରୋ: ପୁଣି କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିଛନ୍ତି ୱାୟନାଡ ଜନତା । ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଫଳାଫଳ କେବଳ ଦଳ ସପକ୍ଷରେ ଯାଇନି ବଂର ପ୍ରିୟଙ୍କା ଭାଇ ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାହୁଲ ଗାନ୍ଧୀ ଆସନ ଛାଡିବା ପରେ ଖାଲି ପଡିଥିବା ୱାୟନାଡ ଆସନରୁ ନିର୍ବାଚନ ଲଢ଼େଇରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିଲା ଏବଂ ଏହି ନିଷ୍ପତ୍ତି ଦଳ ପାଇଁ ବଡ ସଫଳତା ଆଣିଛି । ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପ୍ରବେଶ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ ବି ପ୍ରତ୍ୟେକ ରାଜନୀତିରେ ପ୍ରବେଶ କରିନଥିଲେ । କିନ୍ତୁ ଯେବେ ରାହୁଲ ସାଧାରଣ ନିର୍ବାଚନରେ ଉଭୟ ୱାୟନାଡକୁ ଛାଡି ରାୟବରେଲୀକୁ ଛାଡିଥିଲେ ସେବେଠୁ ହିଁ କଂଗ୍ରେସର ପ୍ରଥମ ଓ ଏକମାତ୍ର ପସନ୍ଦର ପ୍ରାର୍ଥୀ ଥିଲେ ପ୍ରିୟଙ୍କା ଗାନ୍ଧୀ ।
ଯେଉଁ ଭରସା ଓ ବିଶ୍ବାସ ସହ ପ୍ରିୟଙ୍କା ଗାନ୍ଧୀଙ୍କୁ କଂଗ୍ରେସ ୱାୟନାଡରୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା ତାହା ଶତପ୍ରତିଶତ ସଫଳ ହୋଇଛି । ୱାୟନାଡ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା କେବଳ ବିପୁଳ ଭୋଟରେ ଜିତିନାହାଁନ୍ତି ବଂର ଭାଇ ରାହୁଲଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଗତ ନିର୍ବାଚନରେ ରାହୁଲ ୩ଲକ୍ଷ ୬୫ହଜାର ଭୋଟ ବ୍ୟବଧାନରେ ଜିତିଥିବାବେଳେ ପ୍ରିୟଙ୍କା ୪ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୱାୟନାଡକୁ କବଜା କରିଛନ୍ତି । ଯାହାକୁ ନେଇ କେବଳ କଂଗ୍ରେସ ଶିବିରରେ ନୁହେଁ ଗାନ୍ଧୀ ପରିବାରରେ ମଧ୍ୟରେ ଖୁସିର ଲହରି ଖେଳିଛି ।
ୱାୟନାଡରେ ପ୍ରିୟଙ୍କାଙ୍କ ପାଇଁ ପ୍ରମୁଖ ପ୍ରତିଦ୍ବନ୍ଦି ସାଜିଥିଲେ ଏଲଡିଏଫର ସତ୍ୟନ ମୁକେରୀ ଓ ବିଜେପିର ନଭ୍ୟା ହରିଦାସ । ଉଭୟ ଦଳକୁ ଚେକ ଦେବାକୁ ଇମୋସନାଲ କାର୍ଡ ଖେଳିଥିଲେ ପ୍ରିୟଙ୍କା । ୱାୟନାଡର ଭୟଙ୍କର ଭୁସ୍ଖଳନଠୁ ନେଇ ରାହୁଲଙ୍କ ସେବାକୁ ପ୍ରସଙ୍ଗ କରି ଭୋଟ ମାଗିଥିଲେ ପ୍ରିୟଙ୍କା ଗାନ୍ଧୀ ।
ୱାୟନାଡ: ଇମୋସନାଲ କାର୍ଡର କମାଲ
ବିକାଶର ବହୁ ପଛରେ ରହିଛି ୱାୟନାଡ, ଯାହାକୁ ଦଳ ଫୋକସ କରିଥିଲା
ଜନତାଙ୍କ ଆବଶ୍ୟକତାକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦିଆଯାଇଥିଲା
ମେଡିକାଲ କଲେଜ, ପକ୍କା ରାସ୍ତା, ଜଙ୍ଗଲ ସୁରକ୍ଷା ଥିଲା ପ୍ରମୁଖ ପ୍ରସଙ୍ଗ
ସେପଟେ ଏଲଡିଏଫ ମଧ୍ୟ ୟୁଡିଏଫର ବିଫଳତା ଥିଲା ମୁଖ୍ୟ ପ୍ରସଙ୍ଗ
କଂଗ୍ରେସ ଓ ୱାୟନାଡର ଦୀର୍ଘଦିନ ସର୍ମ୍ପକ । ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଏହି ଆସନରେ କଂଗ୍ରେସର ଦବଦବା ରହିଛି । ଆଉ ଲଗାତାର ଦୁଇଥର ଜିତି ଜନତାଙ୍କ ସେବା କରିବାକୁ ମୌକା ପାଇଥିଲେ ରାହୁଲ । ଏଥରକ ଜନତା ପ୍ରିୟଙ୍କାଙ୍କୁ ଢ଼େରସାରା ଭଲ ପାଇବା ଦେଇ ଜିତାଇଛନ୍ତି । ଏହି ସଫଳତା କଂଗ୍ରେସକୁ ଯେତିକି ଲାଭ ଦେବ ସେତିକି ମାଇଲେଜ ଗାନ୍ଧୀ ପରିବାର ମଧ୍ୟ ପାଇବ । ଏଥିସହ ଗାନ୍ଧୀ ପରିବାରର ୩ଜଣ ସଦସ୍ୟ ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ଏକାସହ ଏଣିକି ସଂସଦରେ ଦେଖିବାକୁ ମିଳିବ ।