ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା ;  ଜଳବନ୍ଦୀ ଅବସ୍ଥାରେ ବାଲେଶ୍ୱର ଭୋଗରାଇବାସୀ

ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା ;  ଜଳବନ୍ଦୀ ଅବସ୍ଥାରେ ବାଲେଶ୍ୱର ଭୋଗରାଇ ବ୍ଲକ୍ ଉଲୁଡ଼ା ଗ୍ରାମବାସୀ  । ଘର ଭିତରେ, ବାହାରେ ପାଣି  । ଶୁଖିଲା ଖାଦ୍ୟ ଖାଇ ଦିନ କାଟୁଛନ୍ତି ଲୋକ  ।

111111111112

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସ୍ଥିତି। ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ । ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ । ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର । ଗତ ତିନି ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ବେହାଲ ହୋଇଛି ଉଲୁଡ଼ା ଗ୍ରାମ। ଜଳ ନିଷ୍କାସନ ପଥ ପରିଷ୍କାର ନ ଥିବାରୁ ଘର ଭିତରେ ଲହଡ଼ି ମାରୁଛି ପାଣି। ଏହାସହ ବିଦ୍ୟୁତ ସରବାରାହ ମଧ୍ୟ ବନ୍ଧ ରହିଛି। ଅନ୍ଧାର ଓ ଜଳବନ୍ଦୀ ହୋଇ ଜୀବନକୁ ବାଜି ଲଗାଇ ରହୁଛନ୍ତି ଲୋକ । ଘରେ ପାଣି ପଶିଥିବାରୁ ଚୁଲି ଜଳୁନି । ଲୋକେ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି । ଘରେ ପାଣି ଜମି ରହି ଥିବା ଲୋକେ ସୁରକ୍ଷା ପାଇଁ ଘର ଛାଡି ବାହାରେ ରହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe