କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସ୍ଥିତି। ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ । ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ । ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର । ଗତ ତିନି ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ବେହାଲ ହୋଇଛି ଉଲୁଡ଼ା ଗ୍ରାମ। ଜଳ ନିଷ୍କାସନ ପଥ ପରିଷ୍କାର ନ ଥିବାରୁ ଘର ଭିତରେ ଲହଡ଼ି ମାରୁଛି ପାଣି। ଏହାସହ ବିଦ୍ୟୁତ ସରବାରାହ ମଧ୍ୟ ବନ୍ଧ ରହିଛି। ଅନ୍ଧାର ଓ ଜଳବନ୍ଦୀ ହୋଇ ଜୀବନକୁ ବାଜି ଲଗାଇ ରହୁଛନ୍ତି ଲୋକ । ଘରେ ପାଣି ପଶିଥିବାରୁ ଚୁଲି ଜଳୁନି । ଲୋକେ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି । ଘରେ ପାଣି ଜମି ରହି ଥିବା ଲୋକେ ସୁରକ୍ଷା ପାଇଁ ଘର ଛାଡି ବାହାରେ ରହୁଛନ୍ତି ।
ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା ; ଜଳବନ୍ଦୀ ଅବସ୍ଥାରେ ବାଲେଶ୍ୱର ଭୋଗରାଇବାସୀ
ବର୍ଷା ପରେ ବଢ଼ିଲା ଦୁର୍ଦ୍ଦଶା ; ଜଳବନ୍ଦୀ ଅବସ୍ଥାରେ ବାଲେଶ୍ୱର ଭୋଗରାଇ ବ୍ଲକ୍ ଉଲୁଡ଼ା ଗ୍ରାମବାସୀ । ଘର ଭିତରେ, ବାହାରେ ପାଣି । ଶୁଖିଲା ଖାଦ୍ୟ ଖାଇ ଦିନ କାଟୁଛନ୍ତି ଲୋକ ।
/kanak/media/media_files/v2yKdL9csUt8xMRO1S67.jpg)