କନକ ବ୍ୟୁରୋ: ବର୍ଷା ଦିନେ ଜଳବନ୍ଦୀ ଜୀବନ ବିତାଉଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଚେରକା ପଞ୍ଚାୟତର ୪ ଖଣ୍ଡ ଗାଁର ଲୋକେ । ସବୁଠୁ ବଡ଼ କଥା ହେଉଛି ଗାଁକୁ ରାସ୍ତା ନଥିବା ବେଳେ ବିପଦସଙ୍କୁଳ ଭାବେ ନଦୀ ପାରି ହୋଇ ଯିବାକୁ ପଡ଼େ । ପୋଲ ନିର୍ମାଣ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି କାଙ୍ଗୁଗୁଡ଼ା ଗ୍ରାମବାସୀ । କେବଳ ଏହି ଗୋଟିଏ ଗାଁ ନୁହେଁ, ଚାରି ଖଣ୍ଡ ଗାଁ ବାହ୍ୟଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼େ । କାଙ୍ଗୁଗୁଡ଼ା, ଅଟାଲଗୁଡ଼ା, ଝାଲିଆଗୁଡ଼ା ଏବଂ କୁମ୍ଭୀଖାରି ଗ୍ରାମବାସୀ ପ୍ରତିବର୍ଷ ଦୁର୍ଦ୍ଦଶା ଭୋଗନ୍ତି । ଜରୁରୀକାଳୀନ ଚିକିତ୍ସା ସେବା ନପାଇ ଲୋକେ ଗୁରୁତର ରୋଗୀଙ୍କୁ ଭଗବାନଙ୍କ ଭରସାରେ ଛାଡ଼ି ଦିଅନ୍ତି । କୌଣସି ଜରୁରୀ କାମରେ ଯିବାକୁ ହେଲେ ନଦୀର ପ୍ରଖର ସୁଅରେ ଦଉଡ଼ି ସାହାଯ୍ୟରେ ପାର ହୁଅନ୍ତି । ପୋଲଟିଏ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ପରେ ବି କାହାରି ଦୃଷ୍ଟି ପଡୁନଥିବା କହିଛନ୍ତି ଅଞ୍ଚଳବାସୀ ।
ଜଳବନ୍ଦୀ ଜୀବନ କାଟୁଛନ୍ତି କୋରାପୁଟବାସୀ ; ଜରୁରୀକାଳୀନ ଚକିତ୍ସା ପାଇଁ ରୋଗୀ ହଟହଟା
ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟୁଛନ୍ତି କୋରାପୁଟ ଜିଲ୍ଲା ଚେରକା ପଞ୍ଚାୟତର ୪ ଖଣ୍ଡ ଗାଁ । ଜରୁରୀକାଳୀନ ଚିକିତ୍ସା ନପାଇ ଭଗବାନଙ୍କ ଭରସାରେ ଗୁରୁତର ରୋଗୀ । ପୋଲ ନିର୍ମାଣ ପାଇଁ ସରକାରଙ୍କୁ ଗୁହାରି କରୁଥିଲେ ବି ମିଳୁନି ସୁଫଳ ।
/kanak/media/media_files/2025/08/24/11-2025-08-24-17-46-08.jpg)