ଲଗାଣ ବର୍ଷାରେ ବାଲେଶ୍ବରରେ ବନ୍ୟା ; ଲୋକେ ଜଳବନ୍ଦୀ

ବାଲେଶ୍ଵର ସହରରେ କୃତ୍ରିମ ବନ୍ୟା । ଲଗାଣ ବର୍ଷା ଯୋଗୁଁ ନିଷ୍କାସିତ ହୋଇପାରୁନି ପାଣି । ରାସ୍ତା ଉପରେ ଚାଲୁଛି ୩ ଫୁଟ୍‌ର ପାଣି । ଲୋକେ ଜଳବନ୍ଦୀ, ଯାତାୟାତ ବାଧାପ୍ରାପ୍ତ । 

13

କନକ ବ୍ୟୁରୋ: ବାଲେଶ୍ଵରରେ ଭୀଷଣ ବର୍ଷା । ଫଳରେ ଚାହୁଁଚାହୁଁ ରାସ୍ତା ଉପରେ ଛିଡ଼ା ହେଲା ୩ ଫୁଟର ପାଣି । ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ନ ଥିବାରୁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହେଇଛି । ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ରାସ୍ତା ଉପରେ ୩ ଫୁଟ୍ ଉଚ୍ଚର ପାଣି ଲହଡ଼ି ମାରୁଛି। ସବୁଠୁ ଅଧିକ ଶୋଚନୀୟ ଅବସ୍ଥା ନୂଆସାହି ରାସ୍ତାର । ଅସରାଏ ବର୍ଷା ହେଲେ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

ରାଜ୍ୟରେ କିଛି ଦିନ ହେଲା ବର୍ଷା ଜାରି ରହିଛି । ଏହା ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ । ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସୂଚନା ଦେଇଛି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନିଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ୨ଟି ଲଘୁଚାପ ଆସୁଛି । ଏ ନେଇ ରାଜ୍ୟରେ ବର୍ଷା ଲାଗିରହିବ । ଅଧିକ ବର୍ଷା ନେଇ ବହୁ ଜିଲ୍ଲାକୁ ଅରେଞ୍ଜ, ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe