କନକ ବ୍ୟୁରୋ: ପର୍ଯ୍ୟଟକଙ୍କୁ ଜଳପ୍ରପାତ ମନା । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ଅବସ୍ଥା ବେହାଲ୍ ହୋଇଯାଇଛି। ଉପରମୁଣ୍ଡରେ ଏବଂ ପାହାଡ଼ ଉପରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳପ୍ରପାତ ଗୁଡ଼ିକରେ ଜଳସ୍ତର ବଢିଯାଇଛି। ତେଣୁ ପର୍ଯ୍ୟଟକଙ୍କୁ ଜଳପ୍ରପାତ ଭିତରକୁ ଯିବାକୁ ବାରଣ କରିଛି ଗଜପତି ଜିଲ୍ଲା ପ୍ରଶାସନ ।

Advertisment

ଏ ସମ୍ପର୍କରେ ଗଜପତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଚିଠି ଲେଖିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଗଜପତି ଏସପି, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ବିଡିଓଙ୍କୁ ଏନେଇ ଚିଠି କରାଯାଇଛି ।