ଖରା ଆରମ୍ଭରୁ ଉପାନ୍ତରେ ବଢ଼ିଲାଣି ଜଳ ଯନ୍ତ୍ରଣା, ଉପାନ୍ତ ଗାଁର ଶୋଷ ମେଣ୍ଟାଉଛି ପାହାଡ଼ି ଝରଣା

Advertisment

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଖଜୁରିନାଳୀ ଗାଁରେ ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ। ଗାଁରେ ୪୦ଲ ପରିବାର ବସବାସ କରନ୍ତି। ଏଠାରେ ସରକାରୀ ଯୋଜନାରେ ପାଇପ୍ ପାଣି ଆସେ ନାହିଁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଖଜୁରିନାଳୀ ଗାଁରେ ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ। ଗାଁରେ ୪୦ଲ ପରିବାର ବସବାସ କରନ୍ତି। ଏଠାରେ ସରକାରୀ ଯୋଜନାରେ ପାଇପ୍ ପାଣି ଆସେ ନାହିଁ

Summer

କନକ ବ୍ୟୁରୋ: ଜଳ ହିଁ ଜୀବନ । ସେଥିପାଇଁ କୁହାଯାଏ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ରାଜ୍ୟରେ ଖରା ବଢ଼ିବା ମାତ୍ରେ ଜଳ ଯନ୍ତ୍ରଣା ଜଳଜଳ ହୋଇ ଦେଖାଯାଉଛି । ପରିବାରର ଶୋଷ ମେଣ୍ଟାଇବା ପାଇଁ ଘରର ମାଆମାନେ ନିଇତି କରୁଛନ୍ତି ସଂଘର୍ଷ । କେଉଁଠି ଗରା ବାଲଟି ଧରି ଘରଠୁ ଦୂରକୁ ଯାଉଛନ୍ତି ତ ଆଉ କେଉଁଠି ଏକମାତ୍ର ନଳକୂପ ପାଖରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । 

ଅନ୍ୟଦିନ ଅପେକ୍ଷା ଖରାଦିନେ ଘରେ ପାଣିର ଆବଶ୍ୟକତା କିଛି ମାତ୍ରାରେ ବଢ଼ିଯାଏ । ହେଲେ ଜଳ ଉତ୍ସ ଶୁଖିଯାଏ । ଆଉ ଯେତେବେଳେ ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼େ, ସେତେବେଳେ ଗ୍ରାମାଞ୍ଚଳରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । 

ଏହା ବି ପଢ଼ନ୍ତୁ: ଶ୍ମଶାନ ପାଲଟିଛି ବାସସ୍ଥଳୀ, ଜରିପାଲ ତଳେ ବିତୁଛି ଜୀବନ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଖଜୁରିନାଳୀ ଗାଁରେ ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ । ଗାଁରେ ୪୦ଲ ପରିବାର ବସବାସ କରନ୍ତି । ଏଠାରେ ସରକାରୀ ଯୋଜନାରେ ପାଇପ୍ ପାଣି ଆସେ ନାହିଁ, ତେଣୁ ଶୋଷ ମେଣ୍ଟାଇବାର ଶେଷ ଠିକଣା ଗାଁରେ ଥିବା ନଳକୂପ । ଗାଁରେ ଥିବା ୩ଟି ନଳକୂପରୁ ୨ ଅଚଳ । ଯେଉଁ ଗୋଟିଏରୁ ଭଲ ପାଣି ମୁନ୍ଦେ ବାହାରୁଛି, ସେଠି ସକାଳୁ ସଂଜ ଯାଏଁ ମହିଳାଙ୍କ ଭିଡ଼ ଲାଗୁଛି । ସରକାର ଗ୍ରାମାଞ୍ଚଳର ଜଳକଷ୍ଟ ଦୂର କରିବାକୁ ଅନେକ ଯୋଜନା କରୁଛନ୍ତି ସତ, ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ । ଯାହାର ପ୍ରତିଫଳନ ଏବେ ଆପଣଙ୍କ ଟିଭି ପରଦାରେ । 


ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକ ଅଶୋକପଲ୍ଲୀ,  ପାହାଡ଼ ପର୍ବତ ଘେରା ଉପାନ୍ତ ଏଇ ଗାଁରେ ରହୁଥିବା ୨୫ ପରିବାର ପ୍ରତିବର୍ଷ ଖରା ଦିନେ  ପାନୀୟ ଜଳକୁ ନେଇ ବହୁ ସମସ୍ୟା ଭୋଗନ୍ତି । କାରଣ ଗାଁରେ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ସେପଟେ ନଳକୂପ ଦୁଇଟି ବି କାମକୁ ନୁହେଁ । ଗୋଟିଏ ଅଚଳ, ଅନ୍ୟଟିରୁ ବାହାରୁଛି କଳଙ୍କି ଯୁକ୍ତ ଜଳ । ତେଣୁ ପିଇବା ଓ ଗାଧୁଆପାଧୁଆ ପାଇଁ ଗାଁ ଠାରୁ କିଲୋମିଟର ଦୂରରେ ଥିବା ଝରଣା ହିଁ ଏକମାତ୍ର ବିକଳ୍ପ । ପ୍ରତିଦିନ ବଣ ପାହାଡ଼ ଘେରା ରାସ୍ତାରେ ଚାଲିଚାଲି ଯାଇ ବିପଦ ସଂକୁଳ ପରିସ୍ଥିତିରେ ପାଣି ସଂଗ୍ରହ କରନ୍ତି । ଦୂଷିତ ପାଣି ପିଇ ଲୋକେ ଅନେକ ସମୟରେ ନାନା ଜଳ ବାହିତ ରୋଗରେ ପଡୁଥିଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । 

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe