କନକବ୍ୟୁରୋ : ସାରା ରାଜ୍ୟରେ ଜଳ ଯନ୍ତ୍ରଣାରେ ଯୁଝି ହେଉଛି। ସରକାରଙ୍କ ମାଳମାଳ ଯୋଜନା ଫେଲ୍‌ ମାରୁଛି ।  ପ୍ରତିଶ୍ରୁତି ଆଉ କାଗଜ କଲମରେ ଅଟକିଯାଉଛି ଜଳଯୋଗାଣ ପ୍ରକଳ୍ପ ।  କେଉଁଠି ପ୍ରକଳ୍ପ ଅଛି ପାଣି ନାହିଁ। ତ ଆଉ କେଉଁଠି ଲୋକ ଅଭିଯୋଗ କରି ଥକିଥକି ଗଲା ପରେ ବି ଗାଁରେ ପାଣି ଟାଙ୍କି ଟିଏ ନିର୍ମାଣ ହୋଇପାରୁନି । 

Advertisment

ଗୋଟିଏ ନଳକୂପରୁ ପୁରା ଗାଁ ପାଣି ପିଉଛି ।   କେଉଁଠି ପୋଖରୀର ଅପରିଷ୍କାର ଜଳ ଲୋକଙ୍କ ଶୋଷ ମେଣ୍ଟାଉଛି। ଗରାଏ ପାଣି ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଉପାନ୍ତ ହେଉ କି ଉପକୂଳ ସବୁଠି ଜଳକଷ୍ଟର ଚିତ୍ର ଦେଖିବାକୁ ମିଳୁଛି ।  ବର୍ଷା ଋତୁରେ ପାଣି ଟିକିଏ ଅନେକ ଗାଁ ପାଇଁ ସାତ ସ୍ବପ୍ନ ପାଲଟିଛି ।  ଧରାକୋଟ, ଆଳି, ବୈପାରୀଗୁଡ଼ା ଓ ଖୋର୍ଦ୍ଧାର ଏ ଚିତ୍ର ଏହାର ଗୋଟିଏ ଗୋଟିଏ ଉଦାହରଣ କହିଲେ ଚଳେ। ଆଉ କେତେ ଖବର ବାଜିଲେ ସରକାର ଚେତିବେ ଲୋକ ସୁବିଧାରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବେ ତାକୁ ଅପେକ୍ଷା ।