ଖୋଲିବ ଜଳସମ୍ପଦ କେଳେଙ୍କାରୀ ଗୁମର: ନବୀନଙ୍କୁ ସନ୍ଦେହ କଲେ ମୋହନ

Advertisment

ଜଳସେଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସେହି ଅନୁପାତରେ ଚାଷ ଉପଯୋଗୀ ଜମି ଅଛି କି ନାହିଁ, ସେ ନେଇ ଉଠିଛି ପ୍ରଶ୍ନ। ବିଧାନସାଭରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ପରେ ଏହି ଖୁଲାସା ସାମ୍ନାକୁ ଆସିଛି।

ଜଳସେଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସେହି ଅନୁପାତରେ ଚାଷ ଉପଯୋଗୀ ଜମି ଅଛି କି ନାହିଁ, ସେ ନେଇ ଉଠିଛି ପ୍ରଶ୍ନ। ବିଧାନସାଭରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ପରେ ଏହି ଖୁଲାସା ସାମ୍ନାକୁ ଆସିଛି।

dvcdcvd

Photograph: (kanak news)

କନକ ବ୍ୟୁରୋ: ଜଳସେଚନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସେହି ଅନୁପାତରେ ଚାଷ ଉପଯୋଗୀ ଜମି ଅଛି କି ନାହିଁ, ସେ ନେଇ ଉଠିଛି ପ୍ରଶ୍ନ। ବିଧାନସାଭରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତର ପରେ ଏହି ଖୁଲାସା ସାମ୍ନାକୁ ଆସିଛି। ଜଳସେଚିତ ଜମିର ପରିମାଣ ଓ ଚାଷ ଉପଯୋଗୀ ଜମିର ପରିମାଣକୁ ନେଇ ସନ୍ଦେହ କରିଛନ୍ତି ମୁଖ୍ୟମନ୍ତ୍ରୀ।    

ବିଧାନସଭାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଉତ୍ତର । ଯେଉଁଥିରେ ଜଳସେଚିତ ଜମିର ପରିମାଣ ଓ ଚାଷ ଉପଯୋଗୀ ଜମିର ପରିମାଣକୁ ନେଇ ସନ୍ଦେହ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ ସରକାର ଜଳସେଚନ ପାଇଁ ଶହ ଶହ କୋଟି ଉଡ଼ାଇଛନ୍ତି। ହେଲେ ସେହି ତୁଳନାରେ ଚାଷ ଉପଯୋଗୀ ଜମି ଅଛି କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଜଳସମ୍ପଦ ବିଭାଗ ସତ ଧରିବାକୁ ଓରସାକ୍‌ର ସହାୟତା ନେଇଛି। ଅନ୍ୟ ବିଭାଗମାନଙ୍କ ସହାୟତାରେ ଆୟକଟ୍‌ ନକ୍ସା ଡିଜିଟାଇଜେସନ୍‌ ପରେ ଜିଆଇଏସ୍‌ ଅଧ୍ୟୟନ ହେଲେ ହିଁ ସତ ଜଣାପଡ଼ିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣେ ଜଳସେଚନର ଗୋଲାପୀଚିତ୍ର ପଛରେ ସାଂଘାତିକ ତଥ୍ୟ ଲୁଚିଥିଲାବେଳେ ଏନେଇ ଖୋଳତାଡ଼ ହେଲେ ବହୁ ଗୁମର ଧରାପଡ଼ିବ ବୋଲି କହିଛନ୍ତି ବିଶେଷଜ୍ଞ।

୨୦୨୨ ସୁଦ୍ଧା ୨୫୧ ବ୍ଲକ୍‌ରେ ୩୫ ପ୍ରତିଶତ ଜମି ଜଳସେଚିତ ହେଉଥିବା କହିଥିଲେ ତତ୍କାଳୀନ ସରକାର। ବଳକା ୬୩ ବ୍ଲକ୍‌ରେ ୩୫ ପ୍ରତିଶତ ଜଳସେଚନ ଲାଗି ଅନୁଦାନ ବି ବାଣ୍ଟିଥିଲେ। କିନ୍ତୁ ମେଳ ଖାଉନି ପରିସଂଖ୍ୟାନ। ରାଜ୍ୟର ୬୨ ଲକ୍ଷ ହେକ୍ଟର ଚାଷଜମିରୁ ୫୦ଲକ୍ଷ ହେକ୍ଟର ଚାଷଜମିରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି ହୋଇଥିବା ଦାବି କରୁଛି ବିଭାଗ। ଏପରିକି ଗଲା ୩ ବର୍ଷ ଭିତରେ କୃଷି ଓ ଆନୁସଙ୍ଗିକ ଉନ୍ନୟନ ଲାଗି ନବୀନ ସରକାର ଖର୍ଚ୍ଚ କରିଛନ୍ତି ୩୬,୧୬୬ କୋଟି ଟଙ୍କା। ତେବେ ମୋହନ ଏହି ଟଙ୍କା ଖର୍ଚ୍ଚକୁ ସନ୍ଦେହ କରୁଛନ୍ତି ନା ତଥ୍ୟକୁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜ୍ୟର ମାତ୍ର ୪୯.୯୦ ଲକ୍ଷ ହେକ୍ଟର ଜମିକୁ କ୍ଷୁଦ୍ର, ମଧ୍ୟମ ଓ ବୃହତ ଜଳ ପ୍ରକଳ୍ପ ମାଧ୍ୟମରେ ଜଳସଚେନ କରାଯିବାକୁ ଲକ୍ଷ୍ୟ ରଖିଥିଲେ ପୂର୍ବ ସରକାର। ହେଲେ ମାତ୍ର ୧ଲକ୍ଷ ୧୮ ହଜାର ୧୧୫ ହେକ୍ଚର ଚାଷ ଜମି ଜଳସେଚିତ ହୋଇଥିବା ଧରିଥିଲେ ସିଏଜି। ଫଳରେ ରାଜ୍ୟରେ ଉଧେିଇ ପାରୁନି ଚାଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe