କନକ ବ୍ୟୁରୋ :  କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ. ଗତକାଲି ୪୯ ବ୍ଲକ ହେଡ଼କ୍ୟାରର୍ଟରରେ ୫୦   ମିଲିମିଟର ଓ କାଲିମେଳା ବ୍ଲକରେ ୧୦୦  ମିଲିମିଟର  ବର୍ଷା ହୋଇଛି  ।  ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁଁ କୋରାପୁଟ, ମାଲକାନଗିରି ଓ ପଶ୍ଚିମରେ କଳାହାଣ୍ଡିରେ ରେଡ ୱାର୍ନିଙ୍ଗ ଥିଲା ।   ବର୍ଷା ଯୋଗୁଁ ଜଳସ୍ତର ବଢୁଛି. ହେଲେ ବିପଦ ସଂକେତ ଉପରେ ନାହିଁ ।   ଯେହେତୁ ଜଳସ୍ତର ବଢୁଛି, ମହାନଦୀ ଶାଖା କାଠଯୋଡ଼ି, ବିରୂପା, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ଦେବୀ, ପାଇକା, ଚିତ୍ରଟପଳା ପାଇଁ ସତର୍କତା ରହିଛି ।   ବଂଶଧରା ଓ ଋଷିକୂଲ୍ୟାରେ ଜଳସ୍ତର ବଢୁଛି ।   ହେଲେ ବିପଦ ସଂକେତ ତଳେ ଅଛି. ହୀରାକୁଦର ସର୍ବୋଚ୍ଚ ସ୍ତର ୬୩୦ ଫୁଟ. ଏବେ ୬୨୭. ୮୫ ଫୁଟ ପାଣି ଅଛି. ସେଠୁ ୧୬ ଗେଟ ଦେଇ ଜଳ ନିଷ୍କାସନ ହେଉଛି. ତାଳମୁଣ୍ଡ ସ୍ଥିତି ଦେଖା ନିଷ୍ପତ୍ତି ନିଆଯାଇଛି ଆଉ ୬ ଗେଟ ବନ୍ଦ ହେବ ।   ମୁଣ୍ଡଳୀରେ ୫.୯୬  ଜଳ  କ୍ୟୁସେକ୍ ପ୍ରଭାହିତ ହେଉଛି ।  ସୁକ୍ତେଲ, ଜିରା ନଦୀରେ ବର୍ଷା ଯୋଗୁଁ ଖଇରମାଲ ଓ ମୁଣ୍ଡଳୀରେ ଜଳ ବୃଦ୍ଧି ହେବ ।  ତେଲରୁ ଅଧିକ ପାଣି ଆସିବ ହେଲେ ଏହା ୬ ଲକ୍ଷ କ୍ୟୁସେକ୍ ତଳେ ରହିବ. ନଦୀରୁ ପାଣି କମିଲେ ତଳିଆ ଅଞ୍ଚଳରେ ପାଣି କମିଯିବ. ରେଙ୍ଗାଲିରେ ବ୍ରାହଣୀ ନଦୀ ପାଇଁ ଗୋଟେ ଗେଟ ବନ୍ଦ ହୋଇଛି. ଜଳସ୍ତର  ୧୨୩.୩୫ ମିଟର ଅଛି. ଯାହା ୦.୫ ମିଟର ତଳେ ଅଛି. ଆଇଏମଡି  ର ପୂର୍ବାନୁମାନରେ ଆଗାମୀ ଦିନରେ ବର୍ଷା ସମ୍ଭାବନା  ।  

Advertisment