କନକ ବ୍ୟୁରୋ:  ନାଁ ଆଦର୍ଶ ପଞ୍ଚାୟତ କିନ୍ତୁ ପିଇବା ପାଣି ପାଇଁ ରାତି ପାହିଲେ ଠେଲାପେଲା । ଗୋଟିଏ ନଳକୂଅ ପାଖରେ ଘଣ୍ଟା ଘଣ୍ଟା ଧରି ଲୋକ ଧାଡ଼ି ବାନ୍ଧି ଛିଡ଼ା ହେଉଛନ୍ତି । । ପାଣି ଟାଙ୍କି ଥିଲେ ବି ତାହା କାର୍ଯ୍ୟକାରୀ ହୋଇନାହିଁ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ଲୋକ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।   

Advertisment

ବାଲ୍ଟିଏ ପାଣି ପାଇଁ ଲମ୍ବାଧାଡ଼ିରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏମିତି ନୁହେଁ ଯେ, ଗାଁରେ ପାଣିଟାଙ୍କି ନାହିଁ । ପାଣି ଟାଙ୍କି ଅଛି, ପାଇପ୍ ବିଛାଯାଇ ଷ୍ଟାଣ୍ଡପୋଷ୍ଟ ବି ଲାଗିଛି । ହେଲେ ଟାଙ୍କି ହେବା ଦିନଠୁ ଲୋକ ଏଥିରୁ ପାଣି ପାଇ ନାହାନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାଧବ ପଞ୍ଚାୟତ ପ୍ରଧାନସାହିରୁ ଆସିଛି ଏହି ଜଳ ଯନ୍ତ୍ରଣାର ଖବର । ପାଣି ଟାଙ୍କି କାର୍ଯ୍ୟକ୍ଷମ କରିବା ପାଇଁ ସରପଞ୍ଚଙ୍କ ସମେତ ପଞ୍ଚାୟତର ସବୁ ୱାର୍ଡ ମେମ୍ବର ନିଆଳି ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ଠିକାଦାର ନିମ୍ନମାନର ଷ୍ଟାଣ୍ଡପୋଷ୍ଟ ଲଗାଇ ବିଲ୍‌ କରିନେଇଥିବା ଅଭିଯୋଗ ହୋଇଛି । ତେଣୁ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସରପଞ୍ଚ ଦାବି କରିଛନ୍ତି ।