ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର ;  ଘରୁ ବାହାରିପାରୁନାହାଁନ୍ତି ସହରବାସୀ

ଅସରାଏ ବର୍ଷାରେ ଉବୁଟୁବୁ କଟକ ସହର ।  ଗତକାଲିର କାଳବୈଶାଖୀ ବର୍ଷା ପରେ ଆଜି ବି ଜଳମଗ୍ନ ରହିଛି ଅନେକ ସ୍ଥାନ । ହନ୍ତସନ୍ତ ସହରବାସୀ । ଉଠିଲା ପ୍ରଶ୍ନ କେବେ ସୁଧୁରିବ ସ୍ଥିତି ।

cuttack city

cuttack city Photograph: (KanakNews)

କନକ ବ୍ୟୁରୋ: ୨ ଘଣ୍ଟାର କାଳବୈଶାଖୀ ବର୍ଷାରେ କଟକ ସହର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଲୋକ ବଡ଼ ସମସ୍ୟାକୁ ସାମ୍ନା କରୁଛନ୍ତି  । ଡ୍ରେନ୍ ସମସ୍ୟାର ସମାଧାନ ପାଇଁ କଟକ ମହାନଗର ନିଗମ କାମ କରୁଛି ବୋଲି  କୁହାଯାଉଛି । ହେଲେ ଅସରାଏ ବର୍ଷାରେ କଟକର ସ୍ଥିତି ଦେଖି, କାମ କେମିତି ହେଉଛି ଜଣା ପଡ଼ିଯାଉଛି । ଖରାଦିନେ ଏଭଳି ଅବସ୍ଥା ଦେଖି ବର୍ଷାଦିନ ପାଇଁ ଲୋକଙ୍କ ଭିତରେ ଛନକା ପଶିଲାଣି।।

କଟକ ସାମନ୍ତସାହିର, ପାଣି ଘେରରେ ରହିଛି ପୂରା ସାମନ୍ତସାହି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି । ରାସ୍ତା ଉପରେ ପାଣି ଲହଡ଼ି ମାରୁଛି। ଦୋକାନରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି । ୨୪ ଘଣ୍ଟା  ପରେ ମଧ୍ୟ ପାଣି କମିନାହିଁ । ବହୁ  ସ୍ଥାନରେ  ଜଳବନ୍ଦୀ ସ୍ଥିତି ଲାଗି ରହିଛି । ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷବର୍ଷ ଧରି ଏ ସମସ୍ୟା ଲାଗି ରହିଛି। ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଏଥିପାଇଁ କଟକ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe