କନକ ବ୍ୟୁରୋ: ୨ ଘଣ୍ଟାର କାଳବୈଶାଖୀ ବର୍ଷାରେ କଟକ ସହର ଅବସ୍ଥା ଦୟନୀୟ ହୋଇପଡ଼ିଛି । ଲୋକ ବଡ଼ ସମସ୍ୟାକୁ ସାମ୍ନା କରୁଛନ୍ତି । ଡ୍ରେନ୍ ସମସ୍ୟାର ସମାଧାନ ପାଇଁ କଟକ ମହାନଗର ନିଗମ କାମ କରୁଛି ବୋଲି କୁହାଯାଉଛି । ହେଲେ ଅସରାଏ ବର୍ଷାରେ କଟକର ସ୍ଥିତି ଦେଖି, କାମ କେମିତି ହେଉଛି ଜଣା ପଡ଼ିଯାଉଛି । ଖରାଦିନେ ଏଭଳି ଅବସ୍ଥା ଦେଖି ବର୍ଷାଦିନ ପାଇଁ ଲୋକଙ୍କ ଭିତରେ ଛନକା ପଶିଲାଣି।।
କଟକ ସାମନ୍ତସାହିର, ପାଣି ଘେରରେ ରହିଛି ପୂରା ସାମନ୍ତସାହି । ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି । ରାସ୍ତା ଉପରେ ପାଣି ଲହଡ଼ି ମାରୁଛି। ଦୋକାନରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି । ୨୪ ଘଣ୍ଟା ପରେ ମଧ୍ୟ ପାଣି କମିନାହିଁ । ବହୁ ସ୍ଥାନରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି । ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷବର୍ଷ ଧରି ଏ ସମସ୍ୟା ଲାଗି ରହିଛି। ସ୍ଥାୟୀ ସମାଧାନ ହୋଇପାରୁନାହିଁ । ଏଥିପାଇଁ କଟକ ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/16/N7ZWWRkt6C2ppbyj4Dmj.jpg)