ରେଶମ ସହରରେ କୃତ୍ରିମ ବନ୍ୟା! ଘଣ୍ଟାଏ ବର୍ଷାରେ ଆଣ୍ଠୁଏ ପାଣି!

ଘଣ୍ଟାଏ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ଖରାପ । ସାହି ଓ ମୁଖ୍ୟରାସ୍ତାରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି । ଅଘଟଣ ପରେ ମୁକୁଳା ଡ୍ରେନରେ ସୂଚନା ଫଳକ ଲଗାଉ ଚୂପ ରହୁଛି ବିଏମସି । ସ୍ଥାୟୀ ସମାଧାନ ଦାବି ଉଠିଛି ।

Water Logging

କନକ ବ୍ୟୁରୋ : ଘଣ୍ଟାଏ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ ଅଧିକାଂଶ ସାହି ମୁଖ୍ୟରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହୁଛି ସହରରେ ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିଲେ ହେଁ କେବଳ ଅଘଟଣ ସମୟରେ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଥାଏ ଆଉ ପରେ ଯାହାକୁ ତାହା ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ କେବେ ବୋଲି ପ୍ରଶ୍ନ କରିଛନ୍ତି ବ୍ରହ୍ମପୁରବାସୀ

ବର୍ଷା ଦିନେ ସାହିଗଳି, ମୁଖ୍ୟରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ା ମାରୁଛି ଜୟପ୍ରକାଶ ନଗର, ଗାନ୍ଧିନଗର, ଟାଟାବେଞ୍ଜ, ଧର୍ମନଗର ମହାନଗର ନିଗମ କାର୍ଯ୍ୟାଳୟ ସାମ୍ନାରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି ଜମି ଯାଉଛି ସହର ତଳି ଅଞ୍ଚଳ କଥା ନକହିବା ଭଲ ଗତ ବର୍ଷରେ ମୁକୁଳା ନାଳରେ ପଡି ଦୁଇ ନରୀହ ଶିଶୁର ଜୀବନ ମଧ୍ୟ ଯାଇଛି କିନ୍ତୁ ଏଯାଏଁ ସ୍ଥାୟୀ ସମାଧାନ ହୋଇନାହିଁ ଅସଂଯୋଜିତ ସହରରେ ଜଳ ନିଷ୍କାସନ ପାଇଁ ସଂଯୋଜିତ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି

ବ୍ରହ୍ମପୁରର ପ୍ରମୁଖ ସମସ୍ୟା କହିଲେ ପାନୀୟ ଜଳ, ଟ୍ରାଫିକ ଡ୍ରେନେଜ ସମସ୍ୟା ଏସବୁ ସମସ୍ୟା ଆଜି କାଲିର ନୁହେଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କରାଯାଇଥିବା ନାଳ ନର୍ଦ୍ଦମା ବ୍ୟବସ୍ଥିତ ଢଙ୍ଗରେ ହୋଇନଥିବାରୁ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡୁଥିବା କହିଛନ୍ତି ବୁଦ୍ଧିଜୀବୀ ଅଘଟଣ ପରେ ପ୍ରଶାସନ ପକ୍ଷରୁ ମୁକୁଳା ନାଳ ଗୁଡିକ ନିକଟରେ ସୂଚନା ଫଳକ ଲଗାଇ ଚୂପ ବସିଯାଇଛି ବ୍ରହ୍ମପୁର ମହାନଗର ନିଗମ ବ୍ରହ୍ମପୁର ସହର ସ୍ମାର୍ଟସିଟି ଦୌଡରେ ରହିଥିବା ବେଳେ ଅମୃତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe