କନକ ବ୍ୟୁରୋ:  ରେଶମ ସହରରେ କୃତ୍ରିମ ବନ୍ୟାର ଭ୍ରମ। ମୁକୁଳା ନାଳରେ ଯାଉଛି ନିରୀହଙ୍କ ଜୀବନ। ଘଣ୍ଟାଏ ବର୍ଷାରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ । ଅଧିଙ୍କାଶ ସାହି ଓ ମୁଖ୍ୟରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ନର୍ଦ୍ଦମା ପାଣି ଜମି ରହି ଲହଡି ମାରୁଥିବା ବେଳେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । 

br

ସହରର ଜୟପ୍ରକାଶ ନଗର, ଗାନ୍ଧିନଗର, ଟାଟାବେଞ୍ଜ ଓ ଧର୍ମନଗର ଭଳି ଛକ ଏପରିକି ମହାନଗର ନିଗମ କାର୍ୟ୍ୟାଳୟ ସମୁଖ ଆଦି ଅଞ୍ଚଳର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଲେଖାଏଁ ନର୍ଦ୍ଦମା ପାଣି ଲହଡା ମାରିଥାଏ  । ଆଉ ତଳି ଅଞ୍ଚଳର କଥା ତ ନକହିବା ଭଲ । ଗତ ୫ବର୍ଷରେ ଏଭଳି ବର୍ଷାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାର ଭ୍ରମର ମୁକୁଳା ନାଳରେ ପଡି ଦୁଇଦୁଇଟି ନରୀହ ଶିଶୁର ଜୀବନ ଯାଇଛି । ଳ ନିଷ୍କାସନ ପାଇଁ ସଂଯୋଜିତ ବ୍ୟବସ୍ଥା ନଥିବା ସହ ନିୟମିତ ବ୍ୟବଧାନରେ ନର୍ଦ୍ଦମା ସଫେଇ ହେଉନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଅଭିଯୋଗ ହୋଇଛି ।