କନକ ବ୍ୟୁରୋ : ମିଳୁନି ପାଣି । ବଢୁଛି ଚିନ୍ତା । କାମରେ ଲାଗୁନି ପିଇବା ପାଣି ପ୍ରକଳ୍ପ । କଣ୍ଟାବାଞ୍ଜି ବ୍ଲକ ବଙ୍ଗୋମୁଣ୍ଡା ବ୍ଲକ କନାବିରା ଗାଁ ନିକଟରେ ଥିବା ଗଡିଆଜୋର ପ୍ରକଳ୍ପ । ୧୯୯୫ରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ପ୍ରକଳ୍ପ । ହେଲେ ୪୬୫ ହେକ୍ଟର ଅଞ୍ଚଳର ଜଳସେଚନ ପ୍ରକଳ୍ପ ଫେଲ୍ । ଏବେ ଏଥିରେ ପାଣି କମ୍‌ ପଙ୍କ କାଦୁଅ ଅଧିକ ଦେଖାଯାଉଛି । ଗଡ଼ିଆଜୋର ପ୍ରକଳ୍ପ ଉପରେ ନିର୍ଭର କରି ଚଳୁଥିଲେ ଆଖପାଖ ୮ ରୁ ୧୦ଟି ଗାଁ ଲୋକ । ପିଇବା ପାଣି ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଏହାର ପାଣିକୁ ବ୍ୟବହାର କରାଯାଉଥିଲା । ହେଲେ ଗଡ଼ିଆଜୋରରେ ଜଳସ୍ତର କମିବା ପରେ ଲୋକ ପାଣି ପାଇଁ ହଇରାଣ ହେଉଛନ୍ତି । 

Advertisment

ଅଭିଯୋଗ ପରେ ବି ସମାଧାନ ନହେବାରୁ ସରକାରୀ ଅବହେଳାକୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ବି କିଛି ସୁଫଳ ମିଳୁନି । ଅନ୍ୟପଟେ ଖୁବଶୀଘ୍ର ଗଡ଼ିଆଜୋର ପ୍ରକଳ୍ପର ପୁନଃଉଦ୍ଧାର  ନେଇ ମିଳିଛି ପ୍ରତିଶ୍ରୁତି ।

ତୁରନ୍ତ ଏହି ଜଳସେଚନ ପ୍ରକଳ୍ପର ପୁନଃଉଦ୍ଧାର   କରିବା ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଗଲେ ସ୍ଥନୀୟ ଲୋକଙ୍କଠାରୁ ନେଇ ଚାଷୀ ମାନେ ଉପକୃତ ହୋଇପାରିବେ ।