କନକ ବ୍ୟୁରୋ : ହଠାତ୍ ନଦୀରେ ମାଡ଼ି ଆସିଲା ପାଣି । ନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁ ପଲ । କଟକ ତ୍ରିଶୁଳିଆ ନିକଟରେ ଘଟିଛି ଏଭଳି ଘଟଣା । ହଠାତ୍ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ଫସି ଯାଇଛନ୍ତି ଗୋରୁ ପଲ । ତ୍ରିଶୁଳିଆ ବ୍ରିଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଗୋରୁପଲ ଫସି ରହିଥିବାର ଖବର ସାମ୍ନାକୁ ଆସିଛି ।
ଚରିବାକୁ ଯାଉଥିବାବେଳେ ୨୦ରୁ ଅଧିକ ଗାଈ ପଲ କାଠଯୋଡ଼ି ମଧ୍ୟରେ ଫସି ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଏବେ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/06/01-2025-09-06-11-31-48.jpg)