କନକ ବ୍ୟୁରୋ: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧ ଦଶମିକ ୬୭ ଫୁଟ୍ ରହିଛି। ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରକୁ ପ୍ରବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ଅଧିକ ଗେଟ୍ ଖୋଲା ଯାଇଛି। ପୂର୍ବରୁ ୬ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା। ପରିବର୍ତ୍ତୀ ସମୟରେ ଆଉ ୮ଟି ଗେଟ୍ ଖୋଲା ଯାଇଛି। ଜଳଭଣ୍ଡାରକୁ ୨ ଲକ୍ଷ ୯୮ ହଜାର ୮୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୬୦ ହଜାର ୧୮୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ୨ ଲକ୍ଷ ୨୧ ହଜାର ୧୧୬ କ୍ୟୁସେକ୍ ଓ ପାୱାର ଚ୍ୟାନେଲ ଦେଇ ୩୫ ହଜାର ୬୭୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି।
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ମହାନଦୀରେ ପୁଣି ଆସିଲା ବନ୍ୟା ପାଣି
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧ ଦଶମିକ ୬୭ ଫୁଟ୍ ରହିଛି। ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)