କନକ ବ୍ୟୁରୋ : ସୁବର୍ଣ୍ଣରେଖା ଓ ବୈତରଣୀ ନଦୀରେ ଜଳସ୍ତର କମିଲେ ବି ଦୁର୍ଦ୍ଦଶା କମିନି । ବୈତରଣୀର ଶାଖା ନଦୀ କାଣୀ ନଦୀରେ ଘାଇ ଯୋଗୁ ନାହିଁ ନଥିବା ସମସ୍ୟା ଉପୁଜିଛି । ବନ୍ୟା ଯୋଗୁଁ କାହାର ଗାଈ ଭାସିଯାଇଛି ତ କାହାର ଗାଡ଼ି, ଟଙ୍କା, ଦରକାରୀ କାଗଜପତ୍ର, ଅନ୍ୟାନ୍ୟ ଆସବାବପାତ୍ର ଭାସିଯାଇଛି । ଦଶରଥପୁର ବ୍ଲକର ୧୯ଟି ପଞ୍ଚାୟତ ବନ୍ୟାରେ ପ୍ରବାହିତ ହେଉଛି । ୫ ହଜାରରୁ ଅଧିକ ଚାଷଜମିରେ ବନ୍ୟା ଜଳ ଜମି ରହିଥିବାରୁ ଧାନ ନଷ୍ଟ ହେବାର ଆଶଙ୍କା ରହିଛି । ସେପଟେ ପ୍ରଳୟଙ୍କାରୀ ବନ୍ୟା ପାଣିରେ ନିଖୋଜ ଥିବା କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ବିପଦ ସଂକେତ ତଳକୁ ପାଣି ଆସିଛି । ଭୋଗରାଇର ୬ ପଞ୍ଚାୟତ ଏବେ ବି ପାଣି ଘେରରେ ରହିଛି । ଭୋଗରାଇ ବ୍ଲକ ନାଛିଣ୍ଡା ପଞ୍ଚାୟତ ଡେଉଁର ଗାଁର ଲୋକେ ୩ ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।