କନକ ବ୍ୟୁରୋ: ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା । ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ମୁଜାଫରବାଦରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି । ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନର ଛକୋଟି ବୋର୍ଡରରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୂରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ପାଣି ଛାଡ଼ିଲା ଭାରତ: ପାକିସ୍ତାନରେ ଆସିଲା ବନ୍ୟା, ଝେଲମରୁ ପାଣି ଛାଡ଼ିବା ପରେ ମୁଜାଫରାବାଦରେ ୱାଟର ଏମରଜେନ୍ସି ଘୋଷଣା
ପାଣି ଛାଡିଦେଲା ଭାରତ, ପାକିସ୍ତାନରେ ବନ୍ୟା । ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ମୁଜାଫରବାଦରେ ଏମରଜେନ୍ସି ଆଲର୍ଟ ଜାରି କରାଯାଇଛି ।
/kanak/media/media_files/2025/04/27/cpdI8wWzc19mKwklGChX.jpg)