ଡ୍ୟାମରୁ ହେଲାଣି ପାଣି ଲିକ୍ ; ବୁଡିଲାଣି ଚାଷ ଜମି, ଚିନ୍ତାରେ ଚାଷୀ

କୋରାପୁଟ ରାଣୀଗଡ଼ ତେଲିଙ୍ଗିରି ଡ୍ୟାମରୁ ଲିକ୍‌ ହେଉଛି ପାଣି । ଡ୍ୟାମ୍ ସ୍କୁଇସ୍‌ ଗେଟରେ ସୃଷ୍ଟି ରନ୍ଧ୍ରରୁ ୩ ଦିନ ଧରି ବହୁଛି ପାଣି । ବୋରିଗୁମ୍ମା ଓ କୋଟପାଡ଼ ବ୍ଲକ ୧୦ହଜାର ହେକ୍ଟର ଚାଷଜମି ପ୍ରଭାବିତ ଆଶଙ୍କା

20dam

କନକ ବ୍ୟୁରୋ: କୋରାପୁଟ ରାଣୀଗଡ଼ ତେଲିଙ୍ଗିରି ଡ୍ୟାମରୁ ଲିକ ହେଉଛି ପାଣି । ପ୍ରଭାବିତ ହୋଇପାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଓ କୋଟପାଡ଼ ବ୍ଲକ ଅଞ୍ଚଳର ୧୦ହଜାର ହେକ୍ଟର ଚାଷଜମି । ଏହି ଡ୍ୟାମରେ ଥିବା ସ୍ଲୁଇସ ଗେଟର ଏକ ଛୋଟ ରନ୍ଧ୍ର ଦେଇ ୩ଦିନ ହେଲାଣି ଲିକ ହେଉଛି ପାଣି । ଏବେ ସେହି ରନ୍ଧ୍ରକୁ ବନ୍ଦ କରିବା ପାଇଁ ପୁରା ଡ୍ୟାମକୁ ଖାଲି କରିବା ପାଇଁ ଚିନ୍ତା କରୁଛି ପ୍ରଶାସନ । ଡ୍ୟାମ୍ ସମ୍ପୂର୍ଣ୍ଣ ଶୁଖିଲା ହୋଇଗଲେ ପ୍ରଭାବିତ ହେବେ ଲକ୍ଷ ଲକ୍ଷ ଚାଷୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe