କନକ ବ୍ୟୁରୋ:  ଉଛୁଳୁଛି ହୀରାକୁଦ। କ୍ରାଷ୍ଟ ଗେଟ୍ ଦେଇ ହେଉଛି ପାଣି ଲିକ୍‌। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ବନ୍ଦ ଅଛି । ଫଳରେ ଉପରୁ ପାଣି ଉଛୁଳୁଛି । ଆଉଟ ଫ୍ଲୋ’ ଓ ଇନ୍-ଫ୍ଲୋ’ ସମାନ ରହିଥିବାବେଳେ ପାଣି ଉଛୁଳୁଥିବା ପ୍ରଥମ କରି ଦେଖିବାକୁ ମିଳିଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ୍ ପାଣି ଆସୁଥିବାବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା କୁହାଯାଉଛି । ହେଲେ ଏହା ପବନ ଯୋଗୁଁ ଏମିତି ହୋଇଥିବା କହିଛନ୍ତି ମୁଖ୍ୟଯନ୍ତ୍ରୀ ।