କନକ ବ୍ୟୁରୋ : ବଢୁଛି ସୁବର୍ଣ୍ଣରେଖା ନଦୀର ଜଳ। ଘରେ ପଶିଲାଣି ପାଣି । ବନ୍ଧ ଉପରେ ପାଲ ତଳେ ଜୀବନ କାଟୁଛନ୍ତି ଲୋକେ । ଗତକାଲି ରାତିରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶିଛି । ଫଳରେ ରାତିରେ ପିଲାଙ୍କୁ ନେଇ ବନ୍ଧ ଉପରକୁ ପଳାଇ ଆସିଛନ୍ତି ଗାଁ ଲୋକ। ରାସ୍ତାରେ ତମ୍ପୁ ଟାଣି ଜୀବନ ବିତାଉଛନ୍ତି। ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ୫୦ରୁ ଅଧିକ ପରିବାର ଏବେ ବନ୍ଧ ଉପରେ ଆଶ୍ରୟ ନେଉଛନ୍ତି। ସୁବର୍ଣ୍ଣରେଖା ନଦୀ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଭୋଗରାଇ ବ୍ଲକର ପୂର୍ବକୁହ୍ଲା ଗାଁରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ପ୍ରସାଶନ ପକ୍ଷରୁ ନିୟୋଜିତ ହୋଇଥିବା ବୋଟରେ ଲୋକଙ୍କୁ ପାଣି ଘେରରୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।
ବଢୁଛି ସୁବର୍ଣ୍ଣରେଖା । ଘରେ ପଶିଲା ପାଣି, ପାଲ ତଳେ କଟୁଛି ଲୋକଙ୍କ ଜୀବନ
ବଢୁଛି ସୁବର୍ଣ୍ଣରେଖା ନଦୀର ଜଳ। ଘରେ ପଶିଲାଣି ପାଣି । ବନ୍ଧ ଉପରେ ପାଲ ତଳେ ଜୀବନ କାଟୁଛନ୍ତି ଲୋକେ । ଗତକାଲି ରାତିରେ ସୁବର୍ଣ୍ଣରେଖା ନଦୀରେ ପାଣି ବଢିବା ପରେ ଟାପୁ ଭିତରେ ଥିବା ଲୋକଙ୍କ ଘରେ ପାଣି ପଶିଛି ।
/kanak/media/media_files/Si8GVIjxSIeD096Qalnk.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)