କନକ ବ୍ୟୁରୋ : ଖରା ଆରମ୍ଭରୁ ଜଳ ସଙ୍କଟ । ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକ । ଏହିଭଳି ଖବର ଆସିଛି କାଲିମେଳା ବ୍ଳକର ଦୁର୍ଗମ ଗାଁ ରାଜଲକୋଣ୍ଡାରୁ । ପାହାଡ଼ ତଳେ ରହିଥିବା ଗାଁରେ ଅଚଳ ହୋଇପଡିଛି ନଳକୂଅ । ନୂଳକୂଅ ସିନା ତିଆରି ହୋଇଛି ହେଲେ ସେଥିରୁ ପାଣି ଟୋପାଏ ବାହାରୁନାହିଁ । ଗାଁର ମହିଳାମାନେ ହାଣ୍ଡି ବାଲଟି ଧରି ନଳକୂଅ ନିକଟରେ ଭିଡ ଲଗାଉଛନ୍ତି । ହେଲେ ପାଣି ନବାହାରିବାରୁ ଖାଲି ହାଣ୍ଡି ମାଠିଆ ଧରି ଫେରିବାକୁ ପଡ଼ୁଛି । ମୋଟ ୪ଟି ନଳକୁଅ ରହିଥିଲେ ବି ପାଣି ଚିନ୍ତା ବଢୁଛି । ନଳକୂଅ ଅଚଳ ସହ ବାହାରୁଛି ଆଇରନ୍ ପାଣି ଯାହାକି ବ୍ୟବହାର ଉପଯୋଗ ନୁହେଁ । ପାଣି ପାଇଁ ଚିନ୍ତା ବଢି ବଢି ଚାଲିଥିବାବେଳେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ଦାବି ହୋଇଛି ।
୨ଶହରୁ ଅଧିକ ଲୋକ ନଳକୁଅ ଉପରେ ସମସ୍ତେ ନିର୍ଭରଶୀଳ ।। ଖୁବଶୀଘ୍ର ଆମ ଗାଁ ଆମ ବିକାଶ ଯୋଜନାରେ ସାମିଲ କରାଯାଇ ଏକ ସୋଲାର ଜଳ ଯୋଗାଣ ପ୍ରକଳ୍ପ କରାଯିବ ।। ଏହା ସହିତ ପଂଚଦଶ ଅର୍ଥକମିଶନ ଯୋଜନାରେ ଅଚଳ ନଳକୂଅ ଗୁଡ଼ିକୁ ଖୁବଶୀଘ୍ର ମରାମତି କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି ।
ମୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ଗାଁର ଲୋକଙ୍କ ପ୍ରତି ଗୁରୁତ୍ବ ଦିଆଯିବା ସହିତ ଖୁବଶୀଘ୍ର ପାଣି ବ୍ୟବସ୍ଥା କରାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।