କନକ ବ୍ୟୁରୋ: ଶୁଖିଲା ନଦୀ, ଶୋଷିଲା ମଣିଷ। ଉପାନ୍ତ ନୁହେଁ ଉପକୂଳ ଓଡ଼ିଶାରେ ଶୁଖି ଯାଉଛି ନଦୀ । ନଦୀ ନାଳ ଘେରା କେନ୍ଦ୍ରାପଡ଼ା ସହରରେ ଘନଉଛି ଜଳ ସମସ୍ୟା । ସହରକୁ ଜଳ ଯୋଗାଣ ପାଇଁ ଲୁଣାନଦୀରେ ଇନଟେକ ୱେଲ ସ୍ଥାପନ କରାଯାଇଛି । କିନ୍ତୁ ଲୁଣାନଦୀ ଶୁଖିଯାଉଥିବାରୁ ଇନଟେକ ୱେଲ ସମ୍ମୁଖରେ ବାଲି ଜମି ସହରକୁ ପାଣି ଯାଇପାରୁନାହିଁ । ଫଳରେ କେନ୍ଦ୍ରାପଡ଼ା ସହରରେ ପାନୀୟଜଳ ଯୋଗାଣକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଡ୍ରୋଜର ସାହାଯ୍ୟରେ ବାଲି ଖୋଳି ଟନେଲ କରି ଇନଟେକ ୱାଲକୁ ପାଣି ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି ।
ଶୁଖି ଯାଉଛି ଲୁଣାନଦୀ
ମିଳୁନି ପିଇବା ପାଣି
ବାଲି ଖୋଳି ପାଣି ଯୋଗାଉଛି ବିଭାଗ
ବାଲି ତାଡ଼ିଲେ କେନ୍ଦ୍ରାପଡ଼ା ସହରକୁ ଯାଉଛି ପିଇବା ପାଣି । କେନ୍ଦ୍ରାପଡ଼ାର କଳପଡ଼ା ଗାଁ ନିକଟ ଲୁଣା ନଦୀରେ ଇନଟେକ୍ ୱେଲ ଅଛି । ସହରବାସୀଙ୍କୁ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଏହାର ନିର୍ମାଣ କରିଛନ୍ତି । କିନ୍ତୁ କିଛି ବର୍ଷ ହେବ ଶୀତଦିନେ ନଦୀର ଜଳସ୍ତର କମିଯାଉଛି । ଇନଟେକ ୱେଲ ଆଗରେ ବାଲି ଜମା ହୋଇଯାଉଛି । ଫଳରେ ଡ୍ରୋଜର ସାହାଯ୍ୟରେ ବାଲି ଖୋଳି, ଇନଟେକ୍ ୱେଲ୍ ଯୋଗେ ବିଶୋଧନାଗାରରେ ପହଂଚୁଛି ପାଣି ।
ଇନଟେକ ୱେଲ ମାଧ୍ୟମରେ ଲୁଣା ନଦୀରୁ ପାଣି ଇଚ୍ଛାପୁର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଉଛି । ସେଠାରେ ବିଶୋଧିତ ହୋଇ ପାଇପ ଯୋଗେ କେନ୍ଦ୍ରାପଡ଼ା ସହରବାସୀଙ୍କ ପାଖରେ ପହଂଚୁଛି। କେନ୍ଦ୍ରାପଡ଼ା ସହର ଓ ଏହାର ଆଖପାଖ ପ୍ରାୟ ୫ଲକ୍ଷ ଲୋକଙ୍କ ଶୋଷ ମେଂଟିବା ସହ ଆବଶ୍ୟକତା ପୂରଣ ହେଉଛି । ଏଭଳି ଅସ୍ଥାୟୀ ବ୍ୟବସ୍ଥା ନକରି ତୁରନ୍ତ ସ୍ଥାୟୀ ସମାଧାନ କରାଗଲେ ସହରବାସୀ ଉପକୃତ ହୋଇପାରନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/28/UKAnFoFb2FWd5sMMhE33.jpg)