କନକ ବ୍ୟୁରୋ : ମାର୍ଚ୍ଚ ଅଧା ହୋଇନି, ଡରେଇଲାଣି ଜଳାଭାବ । ଗଞ୍ଜାମରେ ବର୍ଷ ବର୍ଷ ଧରି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ ଚାଲିଛି ଯେ, ଚାଲିଛି, ସରିବାର ନାଁ ଧରୁନି । ସେପଟେ ଗାଁ ଗାଁରେ ଅସହ୍ୟ ହେଲାଣି ଜଳଯନ୍ତ୍ରଣା । ଯାହାକୁ ନେଇ ଜିଲ୍ଲା ପରିଷଦ ବୈଠକରେ ବି ଦେଖିବାକୁ ମିଳିଥିଲା ପାଣି ତାତି ।
ଆସ୍କା ବ୍ଲକର ମୁକୁନ୍ଦପୁର, ନୂଆଗାଁ, ଲଣ୍ଡା ଜୁଆଳି ଓ କର୍ଣ୍ଣଳି କେନ୍ଦୁପଦର ଆଦି ଗାଁରେ ଭୀଷଣ ଜଳକଷ୍ଟ ଦେଖିବାକୁ ମିଳିଛି । ଧରାକୋଟ ବ୍ଲକର ସାଆବା, ବଳରାମପୁର, ମଚ୍ଛାକୋଟ ଓ ବାହାରପୁର ପଞ୍ଚାୟତର ଉପାନ୍ତ ଗାଁରେ ବି ସ୍ଥିତି ସମାନ । ଆଉ ଏ ହେଉଛି ଖଲ୍ଲିକୋଟ ବ୍ଲକ କେନ୍ଦୁପାଟ ଗାଁର ଜଳଯନ୍ତ୍ରଣାର ଛବି । ଖରା ଆରମ୍ଭରୁ ସବୁଠି ଜଳ ଉତ୍ସ ଶୁଖି ଯାଉଥିବା ବେଳେ ନଦୀ, ନାଳ ଓ ଚୁଆ ପାଣି ସାହାରା ସାଜିଛି । ଯାହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।
ଅଧିକ ପଢ଼ନ୍ତୁ : ଗ୍ରାମାଞ୍ଚଳରେ ବିକାଶ ବାଟବଣା; ସରକାରୀ ଯୋଜନାଠୁ ଢେର ଦୂରରେ ଅନୁଗୁଳର ନୂଆଖୁଲାରେଗଡ଼ା
ଜିଲ୍ଲାପରିଷଦ ବୈଠକରେ ବି ଦେଖିବାକୁ ମିଳିଛି ପାଣି ତାତି । ଜିଲ୍ଲାରେ ନିର୍ବାଚନ ପୂର୍ବରୁ ମେଗା ପାନୀୟଜଳ ପ୍ରକଳ୍ପ ଚାଲୁଛି ଯେ, ସରିବାର ନାଁ ଧରୁନି । ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ପାଇଁ ୧୭୯ କୋଟି । ଖଲ୍ଲିକୋଟ ଓ ବେଗୁନିଆପଡ଼ା ପାଇଁ ୧୧୩ କୋଟି । ଚିକିଟି, ପାତ୍ରପୁର, ସାନଖେମୁଣ୍ଡି ଓ ଦିଗପହଣ୍ଡି ପାଇଁ ୩୫୦ କୋଟିର ମେଗା ପ୍ରକଳ୍ପ ବି ଏ ବର୍ଷ ସରିବା ଭଳି ଲାଗୁନାହିଁ । ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳେ କେଇସି ଓ ମେଘା ନାମକ ଅଣ ଓଡ଼ିଆ ସଂସ୍ଥା ଏହି ପ୍ରକଳ୍ପ ଘୁଂଚେଇ ଚାଲିଥିବା ଅଭିଯୋଗ ହୋଇଛି ।
ତେବେ ଖରାକୁ ନଜରରେ ରଖି ମୋବାଇଲ ଭ୍ୟାନ, ଅତିରିକ୍ତ ପାଣି ଟାଙ୍କିର ବ୍ୟବସ୍ଥା କରିଛି ପ୍ରଶାସନ । ନଳକୂଅ ଖୋଳା ସହ ମରାମତିକୁ ବି ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ । ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଜଳଯୋଗାଣ ପ୍ରକଳ୍ପ ତୁରନ୍ତ ସାରିବାର ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/09/water-crisis-2026-03-09-23-15-52.jpg)