କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ କାମ କରୁନି ୱାଟର ଏଟିଏମ୍ । କେଉଁଠି କଳଙ୍କି ଲାଗିଗଲାଣି ତ ଆଉ କେଉଁଠି ମେସିନ ସାରା ଲାଗିଛି ବିଜ୍ଞାପନ ପୋଷ୍ଟର । ଏବେ ଖରାଦିନରେ ଟିକେ ବିଶୁଦ୍ଧ ପାଣି ପାଇଁ ସାଧାରଣ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ଫେଲ୍ ମାରିଛି ଯୋଜନା ।
ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ଭୁବନେଶ୍ୱରରେ ୨୦୧୬ ଡିସେମ୍ବର ମାସରେ ୱାଟର ଏଟିଏମ୍ ବ୍ୟବସ୍ଥା ହୋଇଥିଲା । ୪୦ଟି ସ୍ଥାନରେ ବସାଯାଇଥିଲା ୱାଟର ଏଟିଏମ୍ । କିନ୍ତୁ ଏବେ ଅଧିକାଂଶ ୱାଟର ଏଟିଏମ୍ ଅଚଳ ହୋଇପଡ଼ିଛି । କଳଙ୍କି ଲାଗି କିଛି କିଛି ଭାଙ୍ଗି ଗଲାଣି । ଖରାଦିନେ ଆରମ୍ଭରୁ ଏଭଳି ଅବ୍ୟବସ୍ଥା ସାଧାରଣରେ ଚିନ୍ତା ବଢ଼ାଇଛି ।
ୱାଟର ଏଟିଏମରୁ ଏକ ଲିଟର ପାଣି ନେଲେ ୩୦ ପଇସା ଦେବାର ବ୍ୟବସ୍ଥା ଥିଲା । ଏକ ଟଙ୍କିଆ ମୁଦ୍ରାରେ ଦୁଇ ଲିଟର ପାଣି ଓ ଡିଜିଟାଲ ସ୍ମାର୍ଟକାର୍ଡରେ ଦିନକୁ ସର୍ବାଧିକ ୨୦ ଲିଟର ପାଣି ପାଇଁ ବାର୍ଷିକ ୨୫ ଟଙ୍କା ବ୍ୟବସ୍ଥା ଥିଲା । ଲକ୍ଷଲକ୍ଷ ଟଙ୍କାରେ ୱାଟର ଏଟିଏମ୍ ଲଗାଯାଇଥିବା ବେଳେ ଲୋକ ଲାଭ ପାଉଥିଲେ । ଏବେ କିନ୍ତୁ ୱାଟର ଏଟିଏମ୍ ଅଚଳ ଯୋଗୁ ଲୋକ ହତାଶ ହେଉଛନ୍ତି ।
ୱାଟର ଏଟିଏମ୍ ବ୍ୟବହାରରେ ଭୁବନେଶ୍ୱର ହେଉଛି ଦେଶର ଦ୍ୱିତୀୟ ସହର । ଏଥିପାଇଁ ବିଏମସି ଓ ଏକ ବେସରକାରୀ ସଂସ୍ଥା ମଧ୍ୟରେ ଚୁକ୍ତି ହୋଇଥିଲା । ଲୋକଙ୍କ ପାଇଁ କରାଯାଇଥିବା ଏହି ବ୍ୟବସ୍ଥା ଏବେ କିନ୍ତୁ ଫେଲ୍ ମାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/12/scdTzCg2fOwQ8s9zArLv.png)